


ଗୋପାଳପୁର(ସମୃଦ୍ଧଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସି.ଏସ.ଇ.ଆଇ.ପି ର ନିର୍ଦେଶକ ଏବଂ ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ଆବାହକତ୍ୱରେ ସିନେଟ ହଲରେ ଆଦିବାସୀ ଜନସମୂହର ଉର୍ନ୍ନତିକରଣ ଶୀର୍ଷକରେ ଏକ ପାଠଚକ୍ର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ପାଠଚକ୍ରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ନିଜର ବକ୍ତବ୍ୟରେ କହିଥିଲେ ଯେ ସମାଜ, କୃଷିକ୍ଷେତ୍ର ଓ ପରିବେଶର ଉର୍ନ୍ନତି କରଣରେ ଆଦିବାସୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସେମାନଙ୍କର ଉର୍ନ୍ନତି କରଣ ନିମନ୍ତେ ସମାଜର ସବୁ ବର୍ଗ ଦ୍ଵାରା ପ୍ରୟାସ ଜାରି ରହିବା ଉଚିତ l ଏହି ପାଠଚକ୍ରରେ ବିଶିଷ୍ଟ ବକ୍ତାଭାବରେ ଗୋଖଲେ ୟୁନ୍ସିଚ୍ୟୁଟ ଅଫ ପଲିଟିକସ ଆଣ୍ଡ ଇକୋନୋମିକସର ପୂର୍ବତନ ପ୍ରଫେସର ତଥା ସି. ଏସ. ଏସ.ଇ. ଆଇ.ପିର ନିର୍ଦେଶକ ପ୍ରଫେସର ଏସ. ଏନ ତ୍ରିପାଠୀ ଓ ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା କେନ୍ଦ୍ରର, କୋରାପୁଟର ନିର୍ଦେଶକ ପ୍ରଫେସର ପି.ସି ମହାପାତ୍ର ଯୋଗ ଦେଇ ସେମାନଙ୍କର ଅମୂଲ୍ୟ ବକ୍ତବ୍ୟ ଉପସ୍ଥାପନା କରିଥିଲେ l ବିଶ୍ୱବିଦ୍ୟାଳୟର ଆଇ କ୍ୟୁ.ଏସ.ଇର ନିର୍ଦେଶକ ତଥା ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସୁଧାକର ପାତ୍ର ଓ ବିଶ୍ୱବିଦ୍ୟାଳୟର ଉର୍ଣ୍ଣୟନ ଅଧିକାରୀ ଡକ୍ଟର ସାରଦା ପ୍ରସାଦ ସାହୁ ଯୋଗ ଦେଇଥିଲେ l ଏହି ପାଠଚକ୍ରରେ ବିଶ୍ୱବିଦ୍ୟାଳୟର ସି, ଏସ. ଇ. ଆଇ.ପିର ନିର୍ଦେଶକ ତଥା ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏବଂ ସି.ଏସ.ଇ .ଆଇ.ପିର କାର୍ଯ୍ୟାପନ୍ଥା ,ପାଠଚକ୍ରର ଆଲୋଚ୍ୟ ବିଷୟ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏହି ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟର ଅନେକ ଶିକ୍ଷକ,ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦାନ କରିଥିଲେ l ପରିଶେଷରେ ବିଶ୍ୱବିଦ୍ୟାଳୟର ଉର୍ଣ୍ଣୟନ ଅଧିକାରୀ ତଥା ବାଣିଜ୍ୟ ପରିଚାଳନା ବିଭାଗର ସହକାରୀ ପ୍ରଫେସର ଡକ୍ଟର ସାରଦା ପ୍ରସାଦ ସାହୁ ଆଲୋଚ୍ୟ ବିଷୟ ବସ୍ତୁ ଉପରେ ନିଜର ସମାପ୍ତ ଟିପ୍ପଣୀ ଉପସ୍ଥାପନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା