ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର୨୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ସେ କହିଥିଲେ ଭାରତ ଈଶ୍ୱରଙ୍କ ଜନ୍ମଭୂମି ଦିବ୍ୟ ଜୀବନ ପ୍ରାପ୍ତ ହେବାର ସମସ୍ତ ବ୍ୟବସ୍ଥା ଭାରତରେ ମହଜୁଦ ଅଛି । ସ୍ୱାମୀ ବିବେକାନନ୍ଦ, ଅରବିନ୍ଦ ଓ ଶ୍ରୀମାଙ୍କ ଦେଶ ଭାରତ । ମଣିଷର ଜ୍ଞାନ ଅସୀମ, ତାହା ପାଖରେ ସମସ୍ତ ସାମର୍ଥ୍ୟ, ସମୃଦ୍ଧ ଓ ସୃଜନ ବିଚାର ରହିଛି । ଏହାସହ ସକରାତ୍ମକ ଭାବକୁ ସମାଜ ପାଇଁ ସମର୍ପିତ ଦେଲେ ଜୀବନ ଧନ୍ୟ ହେବ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ତତ୍ୱ ମସି ତୁ ଶ୍ରେଷ୍ଟ ତାର ସୃଜନ ଶେଷ୍ଠ । ମଣିଷ ସମସ୍ତ ଉତ୍ସରେ ଭରପୁର, ସମସ୍ତ ସୁନ୍ଧର ବିଚାର ଭାଗବତ ଗୀତା ବାଣୀରେ ରହିଛି ଯାହା ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି । ବେଦାନ୍ତକ ଦର୍ଶନ ଧାରାରେ ତତ୍ୱମସୀ ସନ୍ଦେଶ ଅନନ୍ୟ । ଭଗବାନଙ୍କ ସଭାକୁ ବୁଝିବା ହେଉଛି ମାନବୀୟ ଦୁର୍ଲ୍ଲଭ ଜୀବନର ଲକ୍ଷ । ଲକ୍ଷ ସବୁବେଳେ ବୃହତ ହେବା ଦରକାର ବୋଲି ସେ କହିଥିଲେ । ଏକବିଂଶ ଶତାଦ୍ଧୀ ହେଉଛି ବିଜ୍ଞାନର ଅଭ୍ୟୁଦୟର ସମୟ । ହଜାର ହଜାର ବର୍ଷର ପ୍ରାଚୀନ ବିଦ୍ୟାକୁ ନେଇ ବିଜ୍ଞାନ ଗବେଷଣା କରି ସୃଷ୍ଟିର ରହସ୍ୟ ଉନ୍ମୋଚନ କରିବାରେ ଆଜିର ଯୁବପିଢ଼ି ସମର୍ଥ ଅଟନ୍ତି ବୋଲି ସେ କହିଛନ୍ତି । ମାନବୀୟ ଜ୍ଞାନ ଓ ସମ୍ମାନ ଅବେଗାତ୍ମକ ଗୁଣ ପରସ୍ପର ମଣିଷକୁ ଯୋଡ଼ିଦିଏ । ଅବସାଦ, ସନ୍ଦେହ, ନିଃସହାୟତା ମଣିଷକୁ ଚାପଗ୍ରସ୍ତ କରିଥାଏ । ପ୍ରତିମୁହୂର୍ତ୍ତରେ ମଣିଷ ପ୍ରତିକ୍ଷା ଭାବ ସହ ଯୋଡି ହୁଏ । ଛାତ୍ର ସମାଜ ସମସ୍ତ ସମ୍ଭାବନାକୁ ଗବେଷଣଧର୍ମୀ କରି ସୃଜନାତ୍ମକ କଳାକୁ ଫୁଟାଇ ଦେବାକୁ ସେ ଆହ୍ୱାନ ଦେଇଥିଲେ । ଗୁରୁ ଛାତ୍ରର ଅନ୍ତର୍ନିହିତ ଶକ୍ତିକୁ ବୁଝାଇବା ଜରୁରୀ । ଛାତ୍ର ପାଖରେ ସାମର୍ଥ ଥାଏ କିନ୍ତୁ ଗୁରୁ ଛାତ୍ରଙ୍କୁ ସକାରାତ୍ମକ ବିଚାରରେ ବୁଝାଇବା ଜରୁରୀ । ଛାତ୍ରର ସୃଜନ କଳାକୁ ସମାଜ ଅପେକ୍ଷା କରିଥାଏ । ବିଦ୍ୟାର୍ଥିମାନେ ବିଶ୍ୱର ସୃଷ୍ଟିକୁ ଭଲ ଭାବେ ଅନୁଭବ କରିପାରନ୍ତି । ଯୋଗେଶ୍ଵରଙ୍କ କୃଷ୍ଣଙ୍କ ବାଣୀ ଅନୁପମ ଓ ଶାଶ୍ୱତ । ବ୍ୟକ୍ତି ନିର୍ମାଣରେ ଯୋଗେଶ୍ଵରଙ୍କ ବାଣୀ ସର୍ବୋକୃଷ୍ଟ ସନ୍ଦେଶ । ସୃଷ୍ଟିର ଭବିଷ୍ୟତ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟ ପରିସର ଛାତ୍ର ସମାଜ ହାତରେ ରହିଛି . ଏ କ୍ଷେତ୍ରରେ ଗୁରୁ ଓ ଅଭିଭାବକଙ୍କ ସମାନ ଦାୟିତ୍ୱ ରହିଛି । ବିଜ୍ଞାନ ଓ ବୈଷୟିକ ଜ୍ଞାନ ସହ ଆଧ୍ୟାତ୍ମିକ ଚେତନାକୁ ଯୋଡ଼ିଦେଲେ ସୁନ୍ଦର ପୃଥିବୀ ସୃଷ୍ଟି ହେବ । ଏହି ସୁନ୍ଦର ଦୁନିଆ ପିତାମାତା ଅଭିଭାବକ ସମୂହ ସହଯୋଗରୁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ତିଆରି ହୋଇଥାଏ । ଛାତ୍ର ସମାଜ ଜ୍ଞାନ ଆହରଣ ପାଇଁ ଜଣେ ଜିଜ୍ଞାସୁ ଭାବେ ତତ୍ପରତା ପ୍ରକଶ କରନ୍ତୁ ଯଦ୍ୱାରାକି ସମାଜର ବିକାଶଶୀଳ ପ୍ରଗତିଧାରା ଅବ୍ୟାହତ ରହିବ ବୋଲି ଶ୍ରୀ ଲାଲ ଉଦବୋଧନ ଦେଇଛନ୍ତି । ମୁଖ୍ୟ ଅତିଥିଭାବେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ନାଗେଶ୍ୱର ରାଓ ଯୋଗଦେଇ କହିଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗତ ୫୦ ବର୍ଷଧରି ଦକ୍ଷିଣ ଓଡ଼ିଶାର ୭ଟି ପଛୁଆ ଜିଲ୍ଲାର ଶିକ୍ଷାଗତ ଆବଶ୍ୟକତା ପୁରଣ କରିଆସୁଛି । ଶିକ୍ଷା ଓ ଗବେଷଣା ଅଙ୍ଗାଅଙ୍ଗୀ ଭାବେ ଯୋଡିବ ବର୍ତ୍ତମାନ ନୂତନ ଆବିଷ୍କାର ଗୁରୁତ୍ୱ ରହିଛି । ଶିକ୍ଷା ସଂସ୍କତିକ ପରିବର୍ତ୍ତନର ଏକ ଆଧାର ଅଟେ ଏଣୁ ଛାତ୍ରଛାତ୍ରୀମାନେ ଗବେଷଣାମୂଳକ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ କହିଥିଲେ ଏ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ଓ ଗବେଷଣ ସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଭର୍କଶତା ପ୍ରତିପାଦନ କରିଆସୁଛି । ଫଳରେ ଭଞ୍ଜବିହାର ସେଣ୍ଟର ଅଫ ଏକ୍ସିଲେନ୍ସି ଭାବେ ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟର ଭଞ୍ଜବିହାର ଯାହାକି ନାକର ଏକ ଗ୍ରେଡ଼ ମାନ୍ୟତା ପାଇପାରିଛି । ଏନଆଇସି ସହଯୋଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଟୁଡେଣ୍ଟ ଲାଇଫ ସାଇକଲ ମ୍ୟାନେଜମେଣ୍ଟ ସିଷ୍ଟମ ଦ୍ୱାରା ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ଲିପିବଦ୍ଧ ହୋଇପାରୁଛି ବୋଲି କୁଳପତି ଶ୍ରୀଦାସ କହିଛନ୍ତି । ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୨୩ ଜଣ ବିଦ୍ୟାର୍ଥୀଙ୍କ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୨୧ ଜଣ ଛାତ୍ରୀ ରହିଛନ୍ତି । ଡି.ଏସ.ର ବାୟୋଟେକନୋଲଜିରେ ଡ଼. ଗାଞ୍ଜି ପୂର୍ଣ୍ଣଚନ୍ଦ୍ର ନାଗରାଜୁ ଡିଗ୍ରୀ ହାସଲ କରିଥିଲେ । ସେହିପରି ଡି. ଲିଟର ୫ଜଣ ବିଦ୍ୟାର୍ଥୀ ଡିଗ୍ରୀ ହାସଲ କରିଥିବା ବେଳେ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । କୁଳସଚିବ ରଞ୍ଜନ କୁମାର ବିଶ୍ୱାଳ ସମାବର୍ତ୍ତନ ଉତ୍ସବକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା