ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ବିଭାଗ ପକ୍ଷରୁ ଦ୍ଵିତୀୟ ବର୍ଷ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହିତ ବୈଶାଖୀ ସମାରୋହ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଆବଶ୍ୟକତା ସମ୍ପର୍କରେ କହିଥିଲେ । ଏହାସହ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଡ଼. ଦେବୀ ପ୍ରସାଦ ଶତପଥୀ, ଡ଼. ସମୀର ଭୋଇ, କ୍ୟୁରେଟର ଡ଼. ରାଧାଗୋବିନ୍ଦ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ସବର ତାତ୍ପର୍ଯ୍ୟ ସହ ଛାତ୍ରଛାତ୍ରୀଙ୍କ ସମାଜପ୍ରତି ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ । ବୈଶାଖୀ ସମାରୋହରେ ବିଭାଗର ରୁପାଲୀ ମଧୁସ୍ମିତା ମଲ୍ଲିକ, ଶଶୀକାନ୍ତ ମଲ୍ଲିକ, ବସନ୍ତ କୁମାର ସେଠି, ବିଷ୍ନୁପ୍ରିୟା ସେଠି, ଅର୍ଚ୍ଚନା ନାୟକ, ପଞ୍ଚାନନ ପାତ୍ର ନବ କିଶୋର ନାୟକ, ପ୍ରିୟଭକ ସେଠିଙ୍କ ସମେତ ବହୁ ଗବେଷକ ଓ ଗବେଷିକା ବୈଶାଖୀ ଉତ୍ସବର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରେ ବିଭାଗର ବିଦ୍ୟାର୍ଥୀ କୁରେଶୁ ମହାରଣା, ସ୍ୱାଗତ ମିଶ୍ର, ଅନୁଜ ବେହେରା, ସୁଶାନ୍ତ କୁମାର ସାହୁ, ଶଙ୍କର ପଢ଼ିଆରୀ, ଯଶୋବନ୍ତ ବେହେରା, ସୁମୟୀ ଶବର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା