

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଗୌରବକୁ ପ୍ରତିଫଳିତ କରିଛି ରାଜନୀତି ବିଜ୍ଞାନ ବିଭାଗର ଜଣେ ଛାତ୍ର । ରାଜନୀତି ବିଜ୍ଞାନ ବିଭାଗର କୃତାର୍ଥ ଛାତ୍ର ଡାକ୍ତର ଗୋପବନ୍ଧୁ ଦାସ ଡି.ଲିଟିଲ (D. Little) Viva-voice ପରୀକ୍ଷାରେ ଉତ୍ତୀନ୍ନ ହୋଇଛନ୍ତି । ଏଥି ସହିତ ଏହି ପରୀକ୍ଷାରେ ଯୋଗଦାନ କରିଥିଲେ ଡକ୍ଟର ଏସ.ଏନ.ମାଲାକର ଜବହାରଲାଲ ନେହୁରୁ ବିଶ୍ୱ ବିଦ୍ୟାଳୟ, ଦିଲ୍ଲୀର ପରୀକ୍ଷା ନିରୀକ୍ଷକ ହୋଇ ଆସିଥିଲେ । ତତ ସହିତ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପୂର୍ବତନ କୁଳପତି ଡକ୍ଟର ଜୟନ୍ତ କୁମାର ମହାପାତ୍ର ଓ ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ଗୋପବନ୍ଧୁ ଦାସଙ୍କର ଉପଦେଷ୍ଟା ଡ଼କ୍ଟର ଜୟନ୍ତ କୁମାର ମହାପାତ୍ର, ପ୍ରଶାସନିକ ଅଧ୍ୟକ୍ଷା ଅରୁନ୍ଧିତ ରଥ, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡକ୍ଟର ରାଜେଶ ସେଟ, ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ମନ୍ମଥ ପାଢ଼ୀ ଓ ପ୍ରତ୍ୟେକ ବିଭାଗର ମୁଖ୍ୟ, ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଯୋଗଦେଇ ପାଠ୍ୟଚକ୍ର ଉପରେ ବିଭିନ୍ନ ନମୁନା ପ୍ରଶ୍ନ ସହିତ ବିଭିନ୍ନ ମତ ପୋଷଣ କରିଥିଲେ । ଯାହାଦ୍ୱାରା ଜଣେ ଓଡିଶା ସଚିବାଳୟର ସରକାରୀ କର୍ମଚାରୀ କୃତାର୍ଥ ଛାତ୍ର ଡକ୍ଟର ଗୋପବନ୍ଧୁ ଦାସ ଉତ୍ତୀନ୍ନ ଲାଭ କରିଛନ୍ତି ।
ରିପୋର୍ଟ : ତ୍ରିନାଥ ବେହେରା


