

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୬ ନଂ ୱାର୍ଡ଼ ଅନ୍ତର୍ଗତ ପତିତପାବନ ନଗର ଠାରେ ୧ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ରାସ୍ତା ଓ ନାଳ କାମ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୨୦୦ ମିଟର ରାସ୍ତା ଓ ନାଳ ନିର୍ମାଣ କରାଯିବ । ଏହି ଭୂମି ପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ.ବସନ୍ତ କୁମାର ପାଢ଼ୀ, ସହକାରୀ ଯନ୍ତ୍ରୀ ଇଂ.ତପନ କୁମାର ରାୟ, ଏସ୍ଡ଼ିଓ ଜିତେନ୍ଦ୍ର କୁମାର ପଟ୍ଟନାୟକ, ଠିକାଦାର ବି.ମନୋଜ କୁମାର ରାଓ, ଉଦିୟ ବେହେରା, ସମାଜସେବୀ କୈଳାସ ଚନ୍ଦ୍ର ବିଷୋୟୀ, ବିନୋଦ ଗୌଡ଼, ପୂର୍ବତନ କର୍ପୋରେଟର ଡ଼.ନମିତା ରାଣୀ ପଣ୍ଡା, ବିମଳ ବେହେରା, ପବିତ୍ର ନାୟକ, ଭାଗିରଥି ଚୌଧୁରୀଙ୍କ ସମେତ ବହୁ ସ୍ଥାନୀୟ ଅଞ୍ଚଳବାସୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା











