ବ୍ରହ୍ମପୁର ମହାନଗର ପୁସ୍ତକ ମେଳାରେ ‘ସାମ୍ପ୍ରତିକ ସମାଜରେ ଆଧୁନିକତାର ପ୍ରଭାବ’ ଶୀର୍ଷକ ଉପରେ ଆଲୋଚନା ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ମହାନଗର ପୁସ୍ତକ ମେଳାର ଅଷ୍ଟମ ରାଜନୀରେ ଏକ ବହୁଭାଷୀ କବିତା ଆସର ଓ “ସଂପ୍ରତି ସମାଜରେ ଆଧୁନିକତାର ପ୍ରଭାବ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା . କୃଷ୍ଣ ଚନ୍ଦ୍ର ଦାସଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼ଃ. କୈଳାସ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ . ଉପସଭପତି ଡ଼ଃ.ଚନ୍ଦ୍ରମଣି ସ୍ୱାଇଁ ପ୍ରାରମ୍ବିକ ସୂଚନା ଦେଇଥିବା ବେଳେ ଅନ୍ୟତମ ଉପସଭାପତି ଡ଼ଃ. ମୁବିଷଣ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ . ସାଧାରଣ ସମ୍ପାଦକ ମହମ୍ମଦ ଆସଲାମ ବିବରଣୀ ପାଠ କରିଥିଲେ . ଏହି ପରିଶେଷରେ ଉପସଭାପତି ନୀଳକଣ୍ଠ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ . ଶ୍ରୀମତୀ ପଦ୍ମମିନୀ ମିଶ୍ର, ଏମ. କାମେଶ୍ୱରୀ କବିତା ସଂଯୋଜନା କରିଥିଲେ . ଆଲୋଚକ୍ରରେ ମୁଖ୍ୟ ଅତିଥି ରୂପେ ସିଡିଏମ ଓ ଡ଼ଃ. ସଦାନନ୍ଦ ମିଶ୍ର ଏବଂ ଡ଼ଃ. ବିଭୁ କଲ୍ୟାଣ ସାହୁ ଯୋଗ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଡ଼ଃ. କୃଷ୍ଣ ଚନ୍ଦ୍ର ଦେଓ, ଦିପ୍ତି ରେଖା ମିଶ୍ର, ରାଜେଶ କୁମାର ବେହେରା, ବିରଜା ତ୍ରିପାଠୀ, ସ୍ୱର୍ଣ୍ଣମୟୀ ପାଢ଼ୀ, ଜ୍ୟୋତ୍ସାରାଣୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ମିଶ୍ର, ରମେଶ ଚନ୍ଦ୍ର ପଣ୍ଡା, ସୁନନ୍ଦା ଚୌଧୁରୀ, ବିଜୟ ଚନ୍ଦ୍ର, ଶ୍ରୀକାନ୍ତ ସ୍ୱାଇଁ, ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ, ପ୍ରଫୁଲ କୁମାର ମହାପାତ୍ର ସମେତ ଜଣ କବି କବିଯାତ୍ରୀ ଯୋଗ ଦେଇଥିଲେ .

ରିପୋର୍ଟ: ନିମାଇଁ ଚରଣ ପଣ୍ଡା