ବ୍ରହ୍ମପୁର ମହାନଗର ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟାର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଡ. ରାଜେନ୍ଦ୍ର ବେହେରା, ଅଜିତ କୁମାର ସାବତ, ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମରେ କୁର୍ତ୍ତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କଣମଣା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜିତ କୁମାର ସେଠିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ଆସ ସ୍କୁଲ ଯିବା’ ଶୀର୍ଷକ ଉପରେ ଏକ ଅଡିଓ ଉନ୍ମୋଚନ ହୋଇଥିଲା ।

ରିପୋର୍ଟ :  ନିମାଇଁ ଚରଣ ପଣ୍ଡା