ବ୍ରହ୍ମପୁର:ବ୍ରହ୍ମପୁର ଠାରେ ପାଳିତ ହେଉଥିବା ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଅବସରରେ, ଡ.ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ତରଫରୁ କବିତା ଆସର ପାଳିତ ହୋଇଛି ।ସେଥିରେ ଉଦ୍ଘାଟକ – ବିଜୟ କୁମାର ପଣ୍ଡା CDMO ବ୍ରହ୍ମପୁର, ମୁଖ୍ୟ ଵକ୍ତା – ସୁଶ୍ରୀ ମମତା ପାଢ଼ୀ (ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତଥା ସମାଜ ସେବୀ), ବିଶିଷ୍ଟ ଅତିଥି – ବନ୍ଦିତା ତ୍ରିପାଠୀ (ପ୍ରତିଷ୍ଠାତା ସଭାପତି, ସୃଜନୀ), ମୁଖ୍ୟ ଅତିଥି – ହରେକୃଷ୍ଣ ପଣ୍ଡା (ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ), ସମ୍ମାନିତ ଅତିଥି – ବଂଶୀଧର ସେଠୀ (ବିଶିଷ୍ଟ ସାହିତ୍ୟିକ), ସଭାପତି – ପୂର୍ଣ୍ଣିଚନ୍ଦ୍ର ବେହେରା (ପ୍ରାକ୍ତନ ପ୍ରଧାନ ଶିକ୍ଷକ), ସଂପାଦକ – ପଞ୍ଚାନନ ସୁର (ପ୍ରାକ୍ତନ କଳା ଅଧ୍ୟାପକ), ଟ୍ରଷ୍ଟି – ଶ୍ରୀମତୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ(ଅଧ୍ୟାପିକା ତଥା ସାହିତ୍ୟିକ), ସଂଯୋଜିକା – ଶ୍ରୀମତୀ ପଦ୍ମିନୀ ମିଶ୍ର (କବି ଓ ସାହିତ୍ୟିକ) ଅତିଥି ହୋଇଥିଲେ । ଅବଦୁଲ କଲାମ ଟ୍ରଷ୍ଟ ତରଫରୁ ପଚାଶ ଜଣ କବି ଓ ପଵୟିତ୍ରୀ ମାନଙ୍କୁ ସେମାନଙ୍କର କବିତା ପାଠ ପାଉଁ ମାନପତ୍ର ଓ ଫଳକ ଦେଇ ସମ୍ମାନିତ କରାଯାଉ ଥିଲା ଓ ବୃକ୍ଷପ୍ରେମୀ କୁମାର ସାହୁ, ନୂଆସାହି, ଖଲ୍ଲିକୋଟ ଙ୍କୁ “ସବୁଜ ସମ୍ମାନ” ରେ ସମ୍ମାନିତ କରାଗଲା ।ପାଠୋତ୍ସବ ରେ ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ, ଶ୍ରୀ ମତୀ ସରୋଜବାଳା ପଟ୍ଟନାୟକ, ଶ୍ରୀମତୀ ମିତା ରାଣୀ ପଟ୍ଟନାୟକ, ଅଜିତ ଭାର୍ଗବ ଓ ଅନ୍ୟାନ୍ୟ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।ସେହିଦିନ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ତରଫରୁ, ମେଳାର ସଭାପତି ସୁଶାନ୍ତ ଦାଶ ଓ ଅନ୍ୟାନ୍ୟ ଅତିଥିଙ୍କର ଗହଣ ରେ ଅବଦୁଲ କଲାମ ର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଓ ସମ୍ପାଦଜ ପଞ୍ଚାନନ ସୁର ଫଳକ ଓ ଉପଢୌକନ ସହ ସମ୍ମାନିତ ହୋଇଥଲେ ।