ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତା ୦୨/୦୬/୧୯ ରିଖ ରବିବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରୱାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶା ଓ ରକ୍ତ ଭଣ୍ଡାର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ରକ୍ତ ଭଣ୍ଡାର ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନେକ ଦିନରୁ ରକ୍ତ ଭଣ୍ଡାର ପରିସରରେ ଅନେକ ଆବର୍ଜନା ପଡିରହି ପରିବେଶ ଅସ୍ୱସ୍ଥିକର ହୋଇପଡିଥିଲା, ସୂଚନା ଥାଉକି ଦିର୍ଘ ଏକ ମାସ ହେଲା ଏହି ଅନୁଷ୍ଠାନମାନଙ୍କ ତରଫରୁ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ରକ୍ତଭଣ୍ଡାରରେ ଆୟୋଜନ ହେଉଛି, ସେହି ସମୟରୁ ଏହି ରକ୍ତ ଭଣ୍ଡାରର ଚର୍ତୁପାଶ୍ୱ ସଫାକରିବାକୁ ସ୍ୱେଚ୍ଛାସେବୀ ମାନେ ମନସ୍ତ କରିଥିଲେ ଆଜି ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ସଦସ୍ୟ ସଫେଇ ରେ ଯୋଗଦେଇ ଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନଙ୍କର ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ରଞ୍ଜିତ କୁମାର ପାତ୍ରଙ୍କ ତତ୍ୱାବଧାନରେ ସଫେଇ କର୍ମଚାରୀ ମଧ୍ୟ ଯୋଗଦେଇଥିଲେ । ସଫେଇରେ ପ୍ରାୟ ସାତ ଟ୍ରାକ୍ଟର ଆବର୍ଜନା ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଞ୍ଜର ଏ.ରାଜାରାଓ ସୁବୁଦ୍ଧି, ଡା.ରଶ୍ମିତା ପାଣିଗ୍ରାହୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲିପ୍ କୁମାର, ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝି, ବନମାଳୀ ପ୍ରଧାନ, ସନିଆ ଗୈଡ, ଦିପକ ପାତ୍ର,ମହିଳା ସମିତିର ସଂପାଦିକା ରୁବି ଖେମାଣୀ, ସ୍ନେହା ବାଗାଡିଆ, ବକ୍ସିଂ ଓଡିଶାର ସଂପାଦକ କବିରାଜ ଗୈ।ଡ,ମହାତ୍ମା ହେଲ୍ପିଂ ହ୍ୟାଣ୍ଡ ର ଏମ୍.ଭେଙ୍କଟ ରାମାଣା, ଧର୍ମରାଜ ପାତ୍ର, ସର୍ପ ଉଦ୍ଧାରକାରୀ ଭି.ରାମା ପାତ୍ର ଓ ନେଚର୍ସ ଲଭର୍ସ ଓଡିଶା ର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ଵେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା