

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ପକ୍ଷରୁ ବ୍ରହ୍ମପୁରର ରେଳଷ୍ଟେସନ୍ ରୋଡ଼୍ ଠାରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏଥିରେ ବିଜେପିର ସଂପାଦକ ଭୃଗୁ ବକ୍ସିପାତ୍ର ଅତିଥି ଭାବେ ଯୋଗଦେଇ ଗତକାଲି ଏହି ନିର୍ବାଚନୀ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଆସନ୍ତା ଏପ୍ରିଲ୍ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବାବେଳେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ବକ୍ସିପାତ୍ର ସୂଚନା ଦେଇଛନ୍ତି । ସେହିଭଳି ଦଳ ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନରୁ ଟିକଟ ମିଳିଲେ ସେ ଗୁଣ୍ଡୁଚି ମୁଷା ଭଳି ନିଜ ଦାୟିତ୍ୱ ନିର୍ବାହ କରିବେ ବୋଲି କହିଛନ୍ତି । ବ୍ରହ୍ମପୁର ମହାନଗର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବିକାଶ ପାଇଁ ଦଳୀୟ କର୍ମକର୍ତ୍ତା ଏକଜୁଟ ହୋଇ ନରେନ୍ଦ୍ର ମୋଦିଙ୍କୁ ସହଯୋଗ କରିବା ପାଇଁ ବ୍ରହ୍ମପୁରରୁ ଏକ ସାଂସଦ ପଠାଇବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପୂର୍ବତନ ସଭାପତି ନନ୍ଦକିଶୋର ସାହୁ, କୁଞ୍ଜବିହାରୀ ପାଣିଗ୍ରାହୀ, ଶିଶିର ପାଢ଼ୀ, ସରୋଜ ସାବତ, ସୁନୀଲ୍ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗି, ଉଦୟନାଥ ପ୍ରଧାନ, ନମିତାରାଣୀ ପଣ୍ଡା, ସୁବାସିନୀ ପଟ୍ଟନାୟକ, ଧରଣୀଧର ବେହେରା, ଶରତ କୁମାର ସାହୁ, ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

