

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ପଞ୍ଚୁଦେବାଳୟ ମଠ ପରିସରରେ ଥିବା ବ୍ରହ୍ମପୁର ସବୁଜ ବାହିନୀ କାର୍ଯ୍ୟାଳୟ ସମ୍ମୁଖରେ ୭୪ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସଦସ୍ୟ ନିଜର ବ୍ୟକ୍ତିଗତ ସମୟ ବାହାର କରି ଏ ଭଳି ସାମାଜିକ ସଂଗଠନ ଗଠନ ପୂର୍ବକ ଦେଶ ମାତୃକାର ସେବା ଯଥା ବୃକ୍ଷ ରୋପଣ, ରକ୍ତ ଦାନ ଓ ପଶୁ ସୁରକ୍ଷା କରୁଥିବା ହେତୁ ମୁଖ୍ୟ ଅତିଥି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଗତକାଲି ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଆଡପଡା ସ୍ଥିତ ଇଷାଣେଶ୍ୱର ପାଠାଗାର ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ କନିଷି ଦୁମୁଦୁମି ଠାରେ ୭୪ ଗୋଟି ବୃକ୍ଷ ରୋପଣ ସହ ପଞ୍ଚୁଦେବାଳୟ ମଠ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଠାଧିଶ ନିତ୍ୟ ଗୋପାଳ ଦାସ, ବନମାଳୀ ପ୍ରଧାନ, ସତ୍ୟ ନାରାୟଣ ଦାସ, ବିଜେନ୍ଦ୍ର ମାଝୀ, ଦିପକ ପାତ୍ର, ଏମ.ପ୍ରକାଶ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




