![ବ୍ରହ୍ମପୁର ସହରରେ ପବିତ୍ର ବନ୍ଧୁତ୍ୱ ଦିବସ ବେଶ ଉତ୍ସାହର ସହିତ ପାଳିତ କରିଛନ୍ତି ସମସ୍ତ ସହରବାସୀ…](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.53-AM.jpeg?fit=1024%2C469&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.52-AM.jpeg?resize=640%2C293&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.51-AM-1.jpeg?resize=640%2C360&ssl=1)
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପବିତ୍ର ବନ୍ଧୁତ୍ୱ ଦିବସରେ ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ବେଶ ଉତ୍ସାହର ସହିତ ଅତି ନିଆରା ଭାବେ ପାଳନ କରାଯାଇଛି । ସହରର ଲୋକେ ପରସ୍ପରକୁ ବନ୍ଧୁତ୍ୱର ଡୋରି ବାନ୍ଧିବା ସହ ସାସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଏହି ଉତ୍ସବ ମନାଇଥିଲେ । ଏହି ଅବସରରେ ସମାଜରେ ବଞ୍ଚିବାକୁ ହେଲେ ପ୍ରତି କ୍ଷେତ୍ରରେ ଏକ ଉତ୍ତମ ବନ୍ଧୁଟିର ଆବଶ୍ୟକତା ରହିଛି ବୋଲି ସହରବାସୀ ମତପ୍ରକାଶ କରିଛନ୍ତି । କାରଣ ବନ୍ଧୁତ୍ୱ ଗୋଟେ ଏମିତି ଏକ ସମ୍ପର୍କ ଯେଉଁଥିରେ କି ଜୀବନର ସବୁ ସୁଖ ଦୁଃଖର କାହାଣୀକୁ ବନ୍ଧୁଙ୍କ ସହ ବାଣ୍ଟି ନିଜର କଷ୍ଟକୁ ଦୂର କରିହୋଇଥାଏ ଏବଂ ଯଦି କୌଣସି ଅସୁବିଧାରେ ପଡେ ତେବେ ଗୋଟିଏ ବନ୍ଧୁ ହିଁ ସବୁ କ୍ଷେତ୍ରରେ ସାହାର୍ଯ୍ୟର ହାତ ବଢ଼ାଇ ଥାଏ । ତେଣୁ ଜୀବନରେ ଏକ ଉତ୍ତମ ବନ୍ଧୁଟିଏ ରହିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି । ଏହାସହ ବ୍ରହ୍ମପୁର ସହରରେ ଥିବା ସମସ୍ତ ସାମ୍ବାଦିକମାନେ ମଧ୍ୟ ବନ୍ଧୁତ୍ୱ ଦିବସ ପାଳନ କରିଛନ୍ତି । ସମସ୍ତେ ମିଳିତ ହୋଇ କିଭଳି ଆମ ଦେଶର ଉନ୍ନତି କରିବା ସକାଶେ ଏବଂ ସମସ୍ତ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପକରେ ସରକାରଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରି ସୁଖ ଶାନ୍ତିର ପରିବେଶ ଗଢିବା ନିମନ୍ତେ କାର୍ଯ୍ୟ କରି ବନ୍ଧୁତ୍ୱ ସମ୍ପର୍କକୁ ସୁଦୃଢ କରିବା ନିମନ୍ତେ ମିଳିତ ହୋଇ ଏହି ଦିବସକୁ ପାଳନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.52-AM-1.jpeg?resize=640%2C360&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.51-AM.jpeg?resize=640%2C480&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.50-AM.jpeg?resize=640%2C320&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.49-AM-1.jpeg?resize=640%2C480&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-06-at-3.05.49-AM.jpeg?resize=640%2C480&ssl=1)