

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ କଳା ପରିଷଦ ସ୍ଥିତ ମୁକ୍ତାକାଶ ମଞ୍ଚରେ ବ୍ରହ୍ମପୁର ସାହିତ୍ୟ ପରିଷଦ ସୌଜନ୍ୟରୁ ସାଧାରଣତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ, ନୃତ୍ୟ, ସଂଗୀତକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ ମନମୁଗ୍ଧ କରିଥିଲା । ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଅଭିଭାଷଣରେ ଭାରତ ବର୍ଷର ନୀତିର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ବ୍ରହ୍ମପୁର ସାହିତ୍ୟ ପରିଷଦର ଏହିଭଳି ଅଭିନବ ପକ୍ରିୟାରେ ସାଧାରଣତନ୍ତ୍ର ଉତ୍ସବ ପାଳନ ବେଶ ସ୍ୱାଗତ ଯୋଗ୍ୟ ବୋଲି କହିଥିବା ବେଳେ ଯେଉଁ ଘରେ ପୁସ୍ତକ ଗଚ୍ଛିତ ହୋଇଥାଏ ସେହି ଘରେ ପୁସ୍ତକ ହିଁ ସେମାନଙ୍କୁ ସୁସଂସ୍କାର ଶିକ୍ଷା ଦେଇଥାଏ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ କହିଥିଲେ ବ୍ରହ୍ମପୁର, ସାହିତ୍ୟ କ୍ଷେତ୍ରରେ ବେଶ ଆଗେଇଛି ଏହି ବିକାଶ ନିମନ୍ତେ ବ୍ରହ୍ମପୁର ସାହିତ୍ୟ ପରିଷଦର ସାଧୁ ଉଦ୍ୟମ ବେଶ ସ୍ୱାଗତ ଯୋଗ୍ୟ । ଏଥିସହ ସମାଜସେବୀ ସୁବାଷ ମହାରଣା, କବି ମିହିର କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବିଶିଷ୍ଟ କବି ସୁଶାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଜ୍ୟୋତିର୍ବଦ ପଦ୍ମ ଚରଣ ପ୍ରହରାଜ, କବି ବଳରାମ ସ୍ୱାଇଁ, କବି ଓ ନାଟ୍ୟକାର କୃଷ୍ଣ ଚନ୍ଦ୍ର ସେଠୀ, କବି ଗୋଦାବରୀଶ ଦାଶ, ସୁ ସାହିତ୍ୟିକ ରାମ କୃଷ୍ଣ ପତିଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କବି ସିମାଞ୍ଚଳ ପଣ୍ଡାଙ୍କ ”ସାଧୁ ସୁଧା ନିଧି”, ଦେବିପ୍ରଭା ରଥଙ୍କ ”ଶେଷ ଇଚ୍ଛା”, ଦେବାଶିଷ ଦାଶଙ୍କ ”ଫୁଲ ପରି ମୁଁ ହେବି”, ଲିଙ୍ଗରାଜ ଜେନାଙ୍କ “ଭେକ”, ଗାଳ୍ପିକ ତପନ ପଟ୍ଟନାୟକଙ୍କ ”କ୍ଷୁଧା” ଉନ୍ମୋଚନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ଗୌର ଚନ୍ଦ୍ର ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିବା ବେଳେ ଇଂ ପ୍ରଦୀପ କୁମାର ଷଡ଼ଙ୍ଗୀ ଓ ଦିପ୍ତୀମିତା ମହାପାତ୍ର ସମ୍ମାନିତ ଭାବେ ଜଗା ଦେଇଥିବା ବେଳେ ନୀଳକଣ୍ଠ ସାହୁ ସୁଚେତା ପାଣିଗ୍ରାହୀ କବିତା ଗୁଡିକୁ ସଂଯୋଜନା କରିଥିଲେ । କବି ସୁନନ୍ଦା ସାହୁ, ପ୍ରଫୁଲ ତ୍ରିପାଠୀ, ଦିପ୍ତୀଲେଖା ମିଶ୍ର, ସୁଧୀର ପଣ୍ଡା, ସବିତା ସାହୁ, ଅଶ୍ୱିନୀ ପଣ୍ଡା, ଅମିତା ମିଶ୍ର, କପିଳ ଚନ୍ଦ୍ର ମହାନ୍ତି, ତପସ୍ୱିନୀ ମିଶ୍ର, ସ୍ଵର୍ଣ୍ଣମୟୀ ପାଢ଼ୀ, ପ୍ରମୋଦ କୁମାର ପଣ୍ଡା, ନିହାରିକା ସାହୁ, ଭିକାରି ଚରଣ ମହାପାତ୍ର, ବି.ସତ୍ୟମ ଆଚାରୀ ପ୍ରମୁଖ କବିତା ପାଠ କରି ସମ୍ମାନିତ ହୋଇଥିଲେ । ଏହି ଅବସରରେ ଶ୍ରୀ ଗାନ୍ଧର୍ବ କଳା ନିକେତନ ସୌଜନ୍ୟରୁ ଗୁରୁ ଗଣେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଭକ୍ତି ସଙ୍ଗୀତର ଏକ ମନୋଜ୍ଞା କାର୍ଯ୍ୟକ୍ରମ ହୋଇଥିବାବେଳେ ନୁପୁର ଅନୁଷ୍ଠାନ ବ୍ରହ୍ମପୁର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନର ଉପସଭାପତି କବି ପ୍ରଫୁଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





Awesome post! Keep up the great work! 🙂
thanks