ବ୍ରହ୍ମାକୁମାରୀ ବ୍ରହ୍ମପୁର ସବଜୋନ୍ ମୁଖ୍ୟ ସଞ୍ଚାଳିକା ମଞ୍ଜୁ ଦିଦିଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟର ବ୍ରହ୍ମପୁର ସବ୍‌ଜୋନ ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ବୁଧବାର ପ୍ରାତଃ ଘ.୩.୫୦ ମି. ସମୟରେ ୮୦ ବର୍ଷ ବୟସରେ ସ୍ବର୍ଗ ଆରୋହଣ ହୋଇଯାଇଛି ।ଏହି ଖବର ଶୁଣି ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଜେନା ଶୋକ ବ୍ୟକ୍ତ କରିବା ସହ ରାମଚନ୍ଦ୍ରପୁର ସ୍ଥିତ ଓମ୍ ଶାନ୍ତି ପ୍ରଭୁ ଉପହାର ରିଟ୍ରେଟ୍ ସେଣ୍ଟର୍ ରେ ପହଞ୍ଚି ବ୍ରହ୍ମ କୁମାରୀଙ୍କର ପାର୍ଥିବ ଶରୀର ନିକଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ମନ୍ତ୍ରୀ ଶ୍ରୀ ଜେନା ନିଜର ବାର୍ତ୍ତାରେ କହିଥିଲେ ଯେ ସେ ଜଣେ ସୁସଂସ୍କୃତ ସମ୍ପନ୍ନା, ମିଷ୍ଟଭାଷିନୀ, ବାଗ୍ମୀ, ଜ୍ଞାନୀ ତଥା ଅସାଧାରଣ ଶକ୍ତି ସମ୍ପନ୍ନା ମହିଳା ଥିଲେ । ସେ ରାଜଯୋଗ ସାଧନାରେ ସିଦ୍ଧହସ୍ତା ଥିଲେ । ବହୁ ବ୍ୟକ୍ତିଙ୍କ ଚିତ୍ତାନବୃତୁ ସୁଧାରିବାରେ ଦିଦିଙ୍କର ସାରସ୍ଵତ ଜୀବନ ଥିଲା ।ସାମାଜିକ ପରିବର୍ତ୍ତନରେ ଦିଦିଙ୍କର ପୂର୍ଣ୍ଣ ଜୀବନ ସମର୍ପିତ ଥିଲା । ତାଙ୍କର ଜନହିତକର କାର୍ଯ୍ୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ ।
ରିପୋର୍ଟ:-ରଜତ ପଟ୍ଟନାୟକ

Leave a Reply

Your email address will not be published. Required fields are marked *