ବ୍ରାଉନ୍ ସୁଗରର ମୁଖ୍ୟ ଚେର ଲମ୍ବିଛି ଖଡଗପୁରରୁ ଜଳେଶ୍ୱର,ପ୍ରତିଦିନ ଧଳା ଜହର ପଶୁଛି ଜଳେଶ୍ୱର : ଖଡଗପୁରରେ ଜଳେଶ୍ୱରର ଯୁବକ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତରାଜ୍ୟ ଚୋରା ବ୍ରାଉନ୍ ସୁଗରର କାରବାରରେ ଜଡିତ ହୋଇଛି ଜଳେଶ୍ୱର । ବଂଲାଦେଶ, ନେପାଳ ଓ କୋଲକତାର ବିଭିନ୍ନ ସ୍ଥାନରୁ ବ୍ରାଉନ୍ ସୁଗରର ଅଣାଯାଇ ଜଳେଶ୍ୱର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜମା ହେଉଛି । ଆଜି କଟକର ଏସ୍ଟିଏଫ ସ୍କୁର୍ଡ ଖଡଗପୁରରୁ ଜଣେ ଜଳେଶ୍ୱରର ଯୁବକ ୩୦ଲକ୍ଷ ଟଙ୍କାର ବ୍ରାଉନ୍ ସୁଗରର ଜବତ୍ କରିଥିବାର ଏକ ଚାଞ୍ଚଲ୍ୟକର ଖବର ଜଣାପଡିଛି । ବ୍ରାଉନ୍ ସୁଗରରର ଚୋରା କାରବାର ସଂପର୍କରେ ଖୋଳତାଡ ଜାରି ରଖିଥିବା ଏସ୍ଟିଏଫ ଏକ ବିଶେଷ ସୂତ୍ରରୁ ଖବର ପାଇ ଏକର ଏକ ଟିମ୍ ଖଡଗପୁର ଯାଇଥିଲା । ଆଜି ଖଡଗପୁରରୁ ଜଳେଶ୍ୱର ଅଂଚଳର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କେତେକ ଯୁବକ ବହୁ ପରିମାଣର ଏହି ଧଳା ଜହର ଧରି ଫେରୁଥିବାର ଖବର ପାଇଥିଲା । କିନ୍ତୁ କଟକର ଏସ୍ଟିଏଫ ଟିମ୍ ଖଡଗପୁରର କେତେକ ନିର୍ଦ୍ଦିଷ୍ଟ ଅଂଚଳରେ ତାର ଜାଲ ବିଛାଇଥିଲା । ଶେଷରେ ଖଡଗପୁର ରେଳଷ୍ଟେସନରେ ଜଳେଶ୍ୱର ଅଂଚଳର ରାଜପୁର ଗାଁର ସେକ୍ ରଫିବୁଲ ନାମକ ଜଣେ ଯୁବକକୁ କାବୁ କରିଥିଲା । ତାହାଠାରୁ ୩୦୦ ଗ୍ରାମର ବ୍ରାଉନ୍ ସୁଗରର କଟକର ଏସ୍ଟିଏଫ ଟିମ୍ ଓ ରେଳବାଇ ପୋଲିସ୍ ଜବତ୍ କରିବା ସହ ସେକ୍ ରଫିବୁଲକୁ ଗିରଫ କରିଥିଲେ । ଅନ୍ୟ କେତେକ ଯୁବକ ଏ ସଂପର୍କରେ ଖବର ପାଇ ଅନ୍ୟ କେତେକ ସ୍ଥାନରୁ ଖସି ଯାଇଥିବା ଜଣେ ରେଳବାଇ ପୋଲିସ୍ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଗତ କିଛିମାସ ଧରି କେତେକ ସନ୍ଧିଗ୍ଧ ଯୁବକ ଏପରି କାରବାର ଚଳାଇ ଆସୁଥିବାର ରେଳବାଇ ପୋଲିସ୍ କହିବା ସହିତ ଏମାନଙ୍କୁ କାବୁ କରିବାପାଇଁ ବିଭିନ୍ନ ସମୟରେ ଚେଷ୍ଟା କରିଥିଲେ ମଧ୍ୟ ବିଶେଷ ଫଳପ୍ରଦ ହୋଇ ପାରିନାହାନ୍ତି । ଖବରରୁ ପ୍ରକାଶ ଖଡଗପୁର ଓ ବର୍ଦ୍ଧମନେ ଅଂଚଳରୁ ବ୍ରାଉନ୍ ସୁଗରର ୨ ଓ ୪ ଚକିଆ ଯାନରେ ଜଳେଶ୍ୱରକୁ ପ୍ରତିଦିନ ଆସୁଛି । ଜଳେଶ୍ୱରରେ ଏହି ଧଳା ଜହର ପହଞ୍ଚିବାପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଉଛି । ତେଣୁ ଜଳେଶ୍ୱର ଏହି କାରବାରର ଏକ ହେବି ମେଣ୍ଟରେ ପରିଣତ ହୋଇଛି । ଏଠାରୁ ବାଇକ୍ , କାର୍ କିମ୍ବା ରେଳ ଯୋଗେ ସ୍ୱଳ୍ପ ପରିମାଣର ବ୍ରାଉନ୍ ସୁଗରର ଧରି ଯୁବକୁମାନେ ବିଭିନ୍ନ ସ୍ଥାନକୁ ପଠାଇବାରେ ସଫଳ ହେଉଛନ୍ତି । ବିଶେଷତଃ ସଂଧ୍ୟାରୁ ସକାଳ ଯାଏ ଜଳେଶ୍ୱରରେ ବହୁ ଅଚିହ୍ନା ଯୁବକକୁ ଦେଖିବାକୁ ମିଳୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା