ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ସମନ୍ୱିତ ଶିଶୁ ବିକାଶ ସଭାଗୃହରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବ୍ଲକସ୍ତରୀୟ ଆଶା ଏବଂ ଗାଁ କଲ୍ୟାଣ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ମୁନିଷପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସରୋଜ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶା ଏବଂ ଗାଁ କଲ୍ୟାଣ ସମିତିର କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରାଇଥିଲେ । ଏହାସହ ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ପିଏଚଇଓ ବରୁଣ କୁମାର ପାଣିଗ୍ରାହୀ, ବିପିଏମ୍ ସିମାଞ୍ଚଳ ପ୍ରଧାନ, ଟାଙ୍ଗଣାପଲ୍ଲୀ ସରପଞ୍ଚ କୁମାରୀ ପ୍ରଧାନ ପ୍ରମୁଖ ଯୋଗଦେଇ ସମ୍ମିଳନୀର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ଛତ୍ରପୁର ବ୍ଲକ ବହୁ ଆଶା ଏବଂ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଶେଷରେ ବିପିଏମ୍ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା