ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ଦିନକୁ ଦିନ ଶିଶୁମାନଙ୍କ ଉପରେ ନିର୍ଯ୍ୟାତନ ବଢୁଥିବାରୁଏହାର ନିରାକରଣ ଓ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି । ବାଲେଶ୍ୱର ଜିଲାର ଜଳେଶ୍ୱରବ୍ଲକ ସମ୍ମିଳନୀ କକ୍ଷରେ ପିୟୁସ ପକ୍ଷରୁ ଆୟୋଜିତ କର୍ମଶାଳାରେ ମେ ଆଇ ହେଲ୍ପୟୁ ସଂଗଠନର ସଂପାଦକ ତଥା ଜିଲା ଶିଶୁ ସୁରକ୍ଷା, ଅଧିକାରର ସଂଯୋଜକ ଉବାଚକ ମହାନ୍ତି ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ନିହାରିକା ମହାନ୍ତି, ଅବୈତନିକ ଜିଲା ଚାଇଲ୍ଡଲାଇନ୍ ସଂଯୋଜକ ପ୍ରଶାନ୍ତ ରାଉତ ଓ ସୁକୁମାର ରଣା ଯୋଗ ଦେଇ ଶିଶୁମାନଙ୍କ ଉପରେ ହେଉଥିବା ବିଭିନ୍ନ ନିର୍ଯ୍ୟାତନା, ଅପରାଧ ଓ ସେମାନଙ୍କ ସୁରକ୍ଷା ଲାଗି ଥିବା ଆଇନ୍ ସଂପର୍କରେ ବିଷଦ ଆଲୋକପାତ କରିଥିଲେ । ଏଥିରେ ଅଙ୍ଗନୱାଡି କର୍ମୀ, ଆଶା ଏବଂ କିଶୋର କିଶୋରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଳକ ଶିଶୁ ସୁରକ୍ଷା, ଅଧିକାରର ସଂଯୋଜକ ତଥା ସମାଜସେବୀ ତ୍ରିଲୋଚନ ଗିରିସଂଚଳାନ କରି ବାଲେଶ୍ୱର ଜିଲାରେ ୫ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜଳେଶ୍ୱର ବ୍ଳକରେ ନଛିମପୁର ଓ ଲକ୍ଷ୍ମଣନାଥ ପଂଚାୟତକୁ ମଡେଲ ଭାବେ ଗ୍ରହଣ କରାଯାଇଛି । ପ୍ରତି ଗାଁରେ ଟାର୍କ୍ସଫୋର୍ସ କମିଟି ଗଠନ କରାଯାଇ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଯୌନ ଶୋଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବା ସହିତ ଶିଶୁମାନଙ୍କ ଲାଗି ଥିବା ପୋସ୍କ ଓ ଜେଜେ ଏକ୍ଟ ଆଇନ୍ ସଂପର୍କରେ କର୍ମଶାଳା ମାଧ୍ୟମରେ ଶିକ୍ଷା ଦିଆଯାଉଥିବା କହିଥିଲେ ।
ରିପୋର୍ଟ : ଭୂପତି ପରିଡା