

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପି.ଏଚ.ସି ହୁମ୍ମା ଠାରେ ବ୍ଲକ ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇଥିଲେ । ଏହାସହ ଆଇ.ସି.ଡି.ଏସ/ସିଡିପିଓ କ୍ରିଷ୍ନା କୁମାରୀ ନନ୍ଦ, ପିଏଚସି ହୁମ୍ମା ଡକ୍ଟର ସସ୍ମିତା ପୃଷ୍ଟି, ସିଏଚସି ଖଣ୍ଡଦଉଳି ଶ୍ରୀମତୀ ସଂଯୁକ୍ତାରାଣୀ ଜେନା, ସୁପରଭାଇଜର କୁସୁମ କୁମାରୀ ସାହୁ, ପଦ୍ମାବତୀ ଦେବୀ, କଳାବତୀ ବେହେରା, ରାଜେଶ୍ୱରୀ ବେହେରା, ମୁକ୍ତା ଦେବୀ, ଅଙ୍ଗନବାଡି କର୍ମୀ, ଆଶା, କିଶୋର ବାଳିକା, ଗର୍ଭବତୀ ପ୍ରସୂତି ଓ ସାତ ଜଣ ଶିଶୁ ମା ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସାତ ଜଣ ସୁସ୍ଥ ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆୟୋଜନ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାର ଓ ସମସ୍ତ କର୍ମୀମାନେ ମିଳିତ ହୋଇ କରିଥିଲେ ।
ରିପୋର୍ଟ : ତ୍ରିନାଥ ବେହେରା


