ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କରାଯାଇଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀ ବୈଠକର ପ୍ରାରମ୍ଭରେ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ରଣ ଯୋଜନା ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ୫୯୨୫.୭୪ କୋଟି ଟଙ୍କାର ରୁଣ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ ଉପସ୍ଥିତ ର୍ବାଙ୍କ କର୍ତ୍ତୁପକ୍ଷଙ୍କୁ ଜିଲ୍ଲାପାଳ କୃଷି ରୁଣ ପ୍ରଦାନ ର ଅବହେଳା ରୁଣ ମେଳା କରି ଚାଷୀମାନଙ୍କୁ ରୁଣ ପ୍ରଦାନ କରିନଥିବା ଯୋଗୁଁ ଚାଷୀମାନଙ୍କୁ ରୁଣ ପ୍ରଦାନ କରିବା ତାଗିଦ୍ କରିଥିଲେ । କୃଷି ରୁଣ ପ୍ରଦାନରେ ଅବହେଳା କରିଲେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । କୃଷି କ୍ଷେତ୍ରରେ ୨୮୧୯.୫୫ କୋଟି ରୁଣ ଦେବାକୁ ଲକ୍ଷ ଧାର୍ଯ୍ୟ ଥିବା ବେଳେ ଗତ ୩୧ ,ମାର୍ଚ୍ଚ ସୁଦ୍ଧା ୧୩୨୫ କୋଟି ଟଙ୍କା ରୁଣ ପ୍ରଦାନ କରାଯାଇଛି । ଛୋଟ ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୨୦୩୯.୬୫ କୋଟି କୃଷି,ହରିଜନ ଓ ଆଦିବାସୀଙ୍କ ପାଇଁ ରୁଣ ପ୍ରଦାନ ତ୍ୱରାନ୍ନିତ କରିବା ପାଇଁ ଉଦ୍ୟମ ଆବଶ୍ୟକତା ଗୁରୁତ୍ୱାରୋପ କରାଯାଇଛି । ମାର୍ଚ୍ଚ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ୟାଙ୍କ ସର୍ବମୋଟ ୧୯୪୨୦ କୋଟି ଜମା ସଂଗ୍ରହ କରିଥିବା ବେଳେ ମାତ୍ର ୭୩୯୫ କୋଟି ରୁଣ ପ୍ରଦାନ କରିଛନ୍ତି । ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧୀ ଏନ.ସି ପ୍ରଧାନ.ଆନ୍ଧ୍ର ବ୍ୟାଙ୍କର ଏଜିଏମ ଅନୁଜ କୁମାର ପ୍ରଧାନ, ପ୍ରୋଭେଏସନାରୀ ଆଇଏସ କର୍ଭି ଭାସନ, ପିଡି (ଡୁଡା) ସବ୍ୟସାଚୀ ହୋତା, ଏପିଡି ଦେବବ୍ରତ ସାହୁ, ଲିଡ୍ ବ୍ୟାଙ୍କ ମ୍ୟାନେଜର ସୁରେନ୍ଦ୍ର କୁମାର ଚୈଧୁରୀଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା