ଛତ୍ରପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲଗାତାର ଲକଡାଉନ ଓ ସଟଡାଉନ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସୌନ୍ଦର୍ଯ୍ୟ ସେବା ପ୍ରଦାନ କରୁଥିବା ବ୍ୟୁଟିପାର୍ଲର ଓ ସ୍ପl ଗୁଡିକ ବନ୍ଦ ହୋଇଯିବାକୁ ବସିଲାଣି l ଯେନତେନ ପ୍ରକାରେ ମାଲିକମାନେ ଘର ଭଡା, ବିଦ୍ୟୁତ ଶୁଳ୍କ ଓ ପୌର କର ଦେଉଥିଲେ ସୁଦ୍ଧା କର୍ମଚାରୀ ମାନଙ୍କୁ କିଛି ଦେଇ ପାରୁନାହାନ୍ତି । ଫଳରେ ସେହି କର୍ମଚାରୀ ମାନେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଆଗକୁ ଏହି ବ୍ୟବସାୟୀ ଚଳାଇବା ପାଇଁ ଘୋର ମାନବ ସମ୍ବଳ ସଙ୍କଟ ସୃଷ୍ଟି କରିବ ବୋଲି ଆଶା କରାଯାଇଛି l ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରାଯାଇ ସୌନ୍ଦର୍ଯ୍ୟ ସେବା ଶିଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟବସାୟୀଙ୍କୁ ସହଯୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲା ବ୍ୟୁଟିସିୟନ କଲ୍ୟାଣ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ୬ ଦଫା ଦାବି ସମ୍ଭାଳିତ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ସୌନ୍ଦର୍ଯ୍ୟ ଶିଳ୍ପକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭାବେ ଗଣନା କରିବା ସହ ବିଭିନ୍ନ ଅର୍ଥ ଲଗାଣ ସଂସ୍ଥା ଠାରୁ ନିଆଯାଇଥିବା ଋଣର ମାସିକ କିସ୍ତି ଛାଡ଼ କରିବା ଏବଂ ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସଙ୍ଘ ସହ ଆଲୋଚନା କରି ସଟଡାଉନର ନୀତି ସ୍ଥିର କରିବା ଆଦି ୬ ଦଫା ଦାବି ମଧ୍ୟରେ ଅନ୍ତର୍ଭୁକ୍ତ । ଦାବିପତ୍ର ପ୍ରଦାନ ବେଳେ ସଂଯୁକ୍ତା ସାହୁ, ଦେବଶ୍ରୀ ପାତ୍ର, ମୋନାଲିଶା ବେହେରା, ଆର. ମଞ୍ଜୁଙ୍କ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା