

ଭଞ୍ଜନଗର (ସମୃଦ୍ଧ ଓଡିଶା) ବଦଳି ଯାଇଛି ମଣିଷ ସମାଜର ନୀତି ନିୟମ, ପରମ୍ପରା ଓ ମଣିଷ ମଣିଷ ଭିତରେ ଦୂରତ୍ୱ ସତରେ ଏ ମାହାମରୀ କୋରନା କେତେ ଭୟଙ୍କର । ରଜ ପର୍ବ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଏମିତି ଏକ ପର୍ଵ ଯାହାକୁ ପ୍ରତିବର୍ଷ ଲୋକେ ଅତି ଆନନ୍ଦ ଉଲ୍ଲାସର ସହିତ ମିଶି ପାଳନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଲୋକେ କେବଳ ଘରେ ରହି ଏହାକୁ ପାଳନ କରିଛନ୍ତି । ଭଞ୍ଜନଗରରେ ଚଳିତ ବର୍ଷ ରଜ ପର୍ବ ସମ୍ପୂର୍ଣ୍ଣ ଫିକା ପଡିଛି । ପ୍ରତିବର୍ଷ ରଜ ଆସିଲେ ଚଳଚଞ୍ଚଳ ହୋଇଉଠେ ଗଂଜାମ ଜିଲ୍ଲାର ଏହି ପର୍ଯ୍ୟଟନ ସହର ଭଞ୍ଜନଗର । ଭଞ୍ଜନଗରର ପ୍ରସିଦ୍ଧ ୬୬ ଫୁଟ ବେଲେସ୍ୱର ପୀଠ, ସାରା ଓଡ଼ିଶାରେ ପ୍ରଖ୍ୟାତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ, ବନ ବିହାର, ଶିରିଡି ସାଇ ମନ୍ଦିର, ଭଞ୍ଜନଗର ଜଳ ଭଣ୍ଡାର, ଡ଼ହ ଜଳ ଭଣ୍ଡାର, ପ୍ରସିଦ୍ଧ ମାଆ ବାପାଙ୍ଗି ମନ୍ଦିର, କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିର ଓ ବିଭିନ୍ନ ଶୈବ ପୀଠ ଚଳିତ ବର୍ଷ କୋରନା ମାହାମରୀ ପାଇଁ ଲକ୍ ଡାଉନ ଓ ସଟ ଡାଉନ କାରଣରୁ ଏହି ସବୁ ଜନଗହଳି ପୁର୍ଣ ପାର୍କ ଓ ମନ୍ଦିର ମାନଙ୍କୁ ପ୍ରଶାସନ ପକ୍ଷରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ଭିଡ଼ ଆଉ ପରିଲକ୍ଷିତ ହୋଇନାହିଁ । କୋରନା କଟକଣା ଯୋଗୁଁ ଚଳିତ ବର୍ଷ ଏହି ପର୍ଵ ଫିକା ପଡିଥିବା ବେଳେ ଲୋକ ମାନେ କେବଳ ଘରେ ରହି ନିରାଡ଼ମ୍ବର ଭାବେ ରଜ ପାଳନ କରୁଥିବା ଦେଖିବାକୁ ମିଳିଛି ।
ରିପୋର୍ଟ – ନିଲୁ ବିଷୋୟୀ

