ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଧାରଣ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ନ୍ୟାୟ ପାଇବା ଦାବିରେ ଭଞ୍ଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡ ଗ୍ରାମର ତ୍ରିଲୋଚନ ପ୍ରଧାନ ଶୁକ୍ରବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ଗତ ଜୁନ ୫ ତାରିଖରେ ତ୍ରିଲୋଚନଙ୍କୁ ତାଙ୍କ ଗ୍ରାମର କିଛି ଲୋକ ପୂର୍ବ ଶତ୍ରୁତାରୁ ମରଣାତ୍ମକ ଆକ୍ରମଣ କରିଥିଲେ । ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଘଟଣାର ବହୁ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଏ ନେଇ ତ୍ରିଲୋଚନ ଓ ତାଙ୍କ ପରିବାର ଲୋକେ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ନ୍ୟାୟ ପାଇବା ପାଇଁ ଭେଟିବାକୁ ଆସି ଦାବି ପତ୍ର ଦେବାକୁ ଚାହିଁ ଥିଲେ । କିନ୍ତୁ ଦାବି ପତ୍ର ନ ଦେଇ ପାରିବାରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଶେଷରେ ତାଙ୍କ ଦାବି ପତ୍ରକୁ ଗ୍ରହଣ କରାଯାଇଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତ ମାନଙ୍କୁ ଧରୁ ନଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ସହ ତାଙ୍କ ପରିବାରକୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବାକୁ ତ୍ରିଲୋଚନ ନିବେଦନ କରିଛନ୍ତି ।

ରିପୋର୍ଟ : ନିଲୁ ବିଷୋୟୀ