![ଭଞ୍ଜନଗର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ…](https://i0.wp.com/www.samrudhaodisha.com/wp-content/uploads/2020/06/Bar-Assosiation-Bhanjanagar.jpg?fit=912%2C472&ssl=1)
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଓକିଲ ସଂଘର ୨୦୨୦-୨୧ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ ହୋଇଯାଇଛି । ଏଥିରେ ବରିଷ୍ଠ ଓକିଲ ଗୋପାଳ କୃଷ୍ଣ ପ୍ରଧାନ ସଭାପତି ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅକ୍ଷୟ କୁମାର ସାହୁ, କୋଷାଦକ୍ଷ ଭାବେ ସୁଶାନ୍ତ କୁମାର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବୈଦ୍ୟନାଥ ସାହୁ, ହରେକୃଷ୍ଣ ମହାପାତ୍ର ଓ ବିଜୟ କୁମାର ପାତ୍ର ନିର୍ବାଚିତ ହୋଇଥିବା ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଚିଠି ନମ୍ବର(୪୭/୨୦)ରେ ଉଲ୍ଲେଖ କରାଯାଇ ସୂଚନା ଦିଆଯାଇଛି । ନିର୍ବାଚିତ ହେବା ପରେ ସମସ୍ତ ସଦସ୍ୟ ପୂର୍ବ ପରିବାରର ମର୍ଯ୍ୟାଦା ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ସମସ୍ତ ବିକାଶ ମୂଳକ କାର୍ଯ୍ୟରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ
![](https://i0.wp.com/www.samrudhaodisha.com/wp-content/uploads/2020/06/WhatsApp-Image-2020-06-18-at-11.58.41-PM.jpeg?resize=640%2C923&ssl=1)