
ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଆଜିଠୁ ଅମ୍ଳଜାନ ସ୍ତର ଯାଂଚ ଆରମ୍ଭ ହୋଇଛି । ସେହିପରି ଭଞ୍ଜନଗର ବ୍ଲକର ଜିଲୁଣ୍ଡି ଗ୍ରାମରୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବିଡ଼ିଓ ଅନିଲ କୁମାର ସେଠୀ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଏଏନ୍ଏମ୍ ଦିଦି, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ମାନେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବୁଲି ଲୋକ ମାନଙ୍କ ଅକ୍ସିମିଟର ଅମ୍ଳଜାନ ସ୍ତର ଓ ସ୍ୱାସ୍ଥ୍ୟ ଯାଂଚ କରିବେ । ଏଥି ନିମନ୍ତେ ଭଞ୍ଜନଗର ବ୍ଲକ ପାଇଁ ୯୦ ରୁ ଉର୍ଦ୍ଧ୍ବ ଓ ଏନ.ଏ.ସି ଅଂଚଳ ପାଇଁ ୮ ଟିମ ଗଠିତ ହୋଇଥିବା ଜଣାପଡିଛି ।