ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରେରଣା ବାର୍ତା କ୍ରମେ କୋରନା କଟକଣା ପାଇଁ ଚଳିତ ବର୍ଷ ୨୦୧୯/୨୦ ବର୍ଷ ପାଇଁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ଜିଲ୍ଲା ସ୍ତରରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଂଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଭଞ୍ଜନଗର ବ୍ଲକ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନୀତ କରାଯାଇଛି । ସାଇ ଗୁରୁକୁଳ ବିଦ୍ୟାଳୟ ସଭାପତି ଶୂଳପାଣି ଶତପଥୀ ଓ ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଉପସ୍ଥିତ ରହି ଏହି ପୁରସ୍କାର ସହ ୨୦ ହଜାର ଟଙ୍କା ଚେକ୍ ରାଶି ଗ୍ରହଣ କରିଛନ୍ତି । ସେହିପରି ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଭଞ୍ଜନଗର ର ସ୍ୱଚ୍ଛ ସାଥି ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଗୀତାଞ୍ଜଳି ତ୍ରିପାଠୀଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯିବା ସହିତ ୧୦ ହଜାର ଟଙ୍କା ଚେକ୍ ରାଶି ପ୍ରଦାନ କରାଯାଇଛି । ଚଳିତ ବର୍ଷର ପୁରସ୍କାର ରାଶିକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଦୁଇ ଗୁଣ କରାଯାଇ ପ୍ରଦାନ କରାଯାଇଥିବା ଜଣାପଡିଛି । ଆଜିର ଏହି କାଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିତ ମୁଖ୍ୟ ବନ୍ୟ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା, ଅବସରପ୍ରାପ୍ତ ଏସିଏଫ ତ୍ରୀନାଥ ପଟ୍ଟନାୟକ, ଏସିଏଫ ଅଶୋକ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବହୁ ବନପାଳ, ବନରକ୍ଷୀ ଓ ପରିବେଶ ପ୍ରେମୀମାନେ ଉପସ୍ଥିତ ଥିଲେ ।