ଛତ୍ରପୁର (ସମୃଦ୍ଧ ଓଡିଶା) ଭାଇକୁ ରାଖି ବାନ୍ଧି ଫେରୁଥିବା ବେଳେ ଟ୍ରେନ୍ ଧକ୍କାରେ ଭଉଣୀ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆହତ ଜଣକ ବି.ସେନ୍ତାରା ଆମା ବୋଲି ଜଣାପଡିଛି । ସେ ଛତ୍ରପୁର ଟେସନରୁ ଭାଇଙ୍କୁ ରାଖି ବାନ୍ଧି ଚେନାଇ ଶାନ୍ତରାଗଛି ଗାଡି ନମ୍ବର ୨୫୮୫୪ରେ ନିଜର ଗାଁ ଗଣ୍ଡିପଲିକୁ ଫେରୁଥିବାବେଳେ ରମ୍ଭା ଟେସନ ନିକଟରେ ଗାଡି ରହିଥିଲା । ଗାଡ଼ିରୁ ଓଲ୍ହାଉଥିବା ସମୟରେ ରେଳଧାରଣା ତଳେ ପଡିଯାଇଥିଲେ । ଫଳରେ ଗୁରୁତର ଆହତ ହୋଇଥିଲେ । ସେଠାରୁ ଜିପିଆର ପୋଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ନେଇ ଚିକିତ୍ସା କରାଯାଇଥିଲା । ପରେ ବେଶୀ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା