ଭାଗବଦ ଗୀତା ଭଗବାନଙ୍କ ମୁଖ ନିସ୍କୃତ ବାଣୀ l ପାଞ୍ଚ ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଏହି ଉପଦେଶ ଦେଇଥିଲେ l ଏହାର ରଚୟିତା ବ୍ୟାସଦେବ ଅଟନ୍ତି l ଏହା ଅଠର ଅଧ୍ୟାୟ ସାତ ଶହ ଶ୍ଳୋକ ବିଶିଷ୍ଟ ଅଟେ l ଗୀତା ଦୁନିଆର ସର୍ବଶ୍ରେଷ୍ଠ ଗ୍ରନ୍ଥ ବୋଲି ମାନା ଯାଏ l ବେଦର ସମ୍ପୂର୍ଣ୍ଣ ସାର କଥା ଏଥିରେ ନିହିତ ଅଛି l ଗୀତାକୁ ସମସ୍ତେ ମାତା ବୋଲି କହନ୍ତି l ଭାରତୀୟ ସଂସ୍କୃତିରେ ଗୀତାର ସ୍ଥାନ ସର୍ବ ଉଚ୍ଚରେ l ଗୀତା ରୂପୀ ଜ୍ଞାନ ଗଙ୍ଗାରେ ମନୁଷ୍ୟ ସ୍ନାନ କଲେ, ଅଜ୍ଞାନ ନାଶ ହୋଇ ଜ୍ଞାନ ପ୍ରାପ୍ତ କରି ଥାଏ l ଜୀବନ ସୁଧାରିବା ଯେଉଁ ପ୍ରବଚନ ବା ନୀତି ନିୟମର ଜ୍ଞାନ ଦିଆ ଯାଏ ତାହା କେଉଁଥିରେ ନା କେଉଁଥିରେ ଗୀତା ଜ୍ଞାନ ନିହିତ ଥାଏ l ଏହା ସ୍ୱାର୍ଥମୟ ଇଚ୍ଛାକୁ ଦମନ ଶିଖାଏ l ଅଂହକାରକୁ ନଷ୍ଟ କରେ l ମନୁଷ୍ୟ ଅଂହକାରରେ ରହିଲେ ଜ୍ଞାନ ଉଦୟ ହୁଏ ନାହିଁ l ଗୀତା ଜୀବନ ଜିଇଁବାର ମାର୍ଗ ଦର୍ଶନ କରେ l ସନ୍ଥ ବିନୋବା କହିଥିଲେ ସବୁ ପ୍ରକାର କଷ୍ଟ ଓ ଦୁଃଖ ହରଣ ପାଇଁ ଗୀତାର ଶରଣ ନିଅ l ମହାତ୍ମାଗାନ୍ଧୀ କହୁଥିଲେ ଯେବେ ମୋର ସମସ୍ୟା ଆସି ଦୁଃଖ ଦେଇ ଥାଏ ତେବେ ମୁଁ ଗୀତା ମାତାର କୋଳକୁ ଚାଲି ଯାଏ, ଯାହାକି ସମସ୍ୟାର ସମାଧାନ ବାଟ ମିଳିଯାଏ l ଗୀତା ମନୁଷ୍ୟର ସର୍ବ ଶ୍ରେଷ୍ଠ ମିତ୍ର ଅଟେ l ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟଙ୍କ ପାଇଁ ୧୮ଟି କଥା କହିଛନ୍ତି l
୧-ଆନନ୍ଦ ନିଜ ଭିତରେ ହିଁ ବାସ କରେ, ମନୁଷ୍ୟ ସ୍ତ୍ରୀ ଓ ଘରର ବାହ୍ୟ ସୁଖରେ ଖୋଜେ l
୨-ଭଗବାନଙ୍କ ବନ୍ଦନ ମନରେ କର କାରଣ ଭଗବାନ ପ୍ରେମରେ ହିଁ ବାନ୍ଧି ହୁଅନ୍ତି l
୩-ବାସନା ହିଁ ମନୁଷ୍ୟର ପୁନର୍ଜ୍ଜନ୍ମର କାରଣ ହୋଇଥାଏ l
୪-ଇନ୍ଦ୍ରିୟର ଅଧୀନ ହୋଇଲେ ମନୁଷ୍ୟ ଜୀବନରେ ବିକାର ଆସିଥାଏ l
୫-ସଂଯମ, ସଦାଚାର, ସ୍ନେହ, ଓ ସେବା ଏହି ଗୁଣ ସତ ସଙ୍ଗ ବିନା ମିଳେ ନାହିଁ l
୬-ବସ୍ତ୍ର ବଦଳିବା ଆବଶ୍ୟକ ନାହିଁ, ହୃଦୟ ପରିବର୍ତ୍ତନର ଆବଶ୍ୟକ l
୭-ଯୌବନରେ ଯେଉଁ ବେଶି ପାପ କରିଥିବ ତେବେ ବୃଦ୍ଧ ସମୟରେ ନିଦ୍ରା ହେବ ନାହିଁ l
୮-ଭଗବାନ ଯେଉଁ ସମ୍ପତ୍ତି ଦିଅନ୍ତି ତାହାକୁ ଧ୍ୟାୟୀ ରଖିବା ଉଚିତ l
୯-ଯୁଆ, ମଦିରା ପାନ, ପରସ୍ତ୍ରୀ ସଙ୍ଗ, ହିଂସା, ଆସକ୍ତି, ନିର୍ଦୟତା ଏହି ସବୁ କଳିଯୁଗର ନିବାସ l
୧୦-ଅଧିକାରୀ ଶିଷ୍ୟକୁ ସଦଗୁରୁ ଅବଶ୍ୟ ପ୍ରାପ୍ତ ହୋଇଥାଏ l
୧୧-ମନକୁ ବାରମ୍ବାର ବୁଝାଅ ଈଶ୍ୱର ବିନା ମୋର କିଏ ନାହିଁ l ବିଚାର କର ମୋର କିଏ ନାହିଁ ଓ ମୁଁ କାହାର ନାହିଁ l
୧୨-ଭୋଗରେ କ୍ଷଣିକ ସୁଖ ମିଳେ ଓ ତ୍ୟାଗରେ ସ୍ଥାୟୀ ଆନନ୍ଦ ମିଳିଥାଏ l
୧୩-ସତସଙ୍ଗ ଈଶ୍ୱର କୃପାରୁ ମିଳିଥାଏ କିନ୍ତୁ କୁ ସଙ୍ଗରେ ପଡ଼ିବା ତୁମ ହାତର କଥା l
୧୪-ଲୋଭ ଓ ମମତା ପାପର ମାତା ପିତା, ଲୋଭ ପାପର ବାପା l
୧୫-ସ୍ତ୍ରୀ’ର ଧର୍ମ ପ୍ରତିଦିନ ତୁଳସୀ ଓ ପାର୍ବତୀ ପୂଜା କରିବା
୧୬-ମନ ଓ ବୁଦ୍ଧି ଉପରେ ବିଶ୍ୱାସ କରନାହିଁ ଇଏ ବାରମ୍ବାର ଦଗା ଦିଏ l ନିଜକୁ ନିର୍ଦୋଷ ଭାବିବା ବଡ଼ ଦୋଷ ଅଟେ
୧୭-ପତି ଓ ପତ୍ନୀ ପବିତ୍ର ଜୀବନ ବିତେଇଲେ ଭଗବାନ ତାଙ୍କ ଘରକୁ ପୁତ୍ର ରୂପେ ଆସିବାକୁ ଇଚ୍ଛା କରନ୍ତି l
18-ଭଗବାନ ଏହି ସବୁକୁ କଷଟିରେ କଷି ଯାଞ୍ଚ କରି ମନୁଷ୍ୟକୁ ଆପଣାନ୍ତି l
ଭାଗବଦଗୀତା ଗୀତା ଭାରତ ଓ ଭାରତ ବାହାରେ ମଧ୍ୟ ଲୋକ ପ୍ରୀୟ ହେବାରେ ଲାଗିଛି l ଆଜିର ପରମାଣୁ ଯୁଗରେ ମଧ୍ୟ ଗୀତାର ଜ୍ଞାନ ମାର୍ଗ ଦର୍ଶନ ଦେଇଥାଏ l କଳିଯୁଗରେ ଆଧୁନିକରଣ ପ୍ରଭାବରେ ଭଗବାନ ଉପରେ ବିଶ୍ୱାସ ଓ ସଂସ୍କୃତି ଲୁପ୍ତ ପ୍ରାୟ l ମାତା ପିତା ପ୍ରତି ସମ୍ନାନ ନାହିଁ, ସ୍ୱାର୍ଥପରତା, ଅସତମାର୍ଗରେ ଧନ ଅର୍ଜନ ଇତ୍ୟାଦି l ଏହି କଳୁଷିତ ସମୟରେ ଭଗବଦଗୀତା ଜ୍ଞାନ ଛଡା ଆଉ କିଛି ଉପାୟ ନାହିଁ l ଏଣୁ ଗୀତା ନିଜେ ପଢ଼ି ଅନ୍ୟକୁ ପଢ଼ିବାର ସୁଯୋଗ ପ୍ରଦାନ କରିବା ଆବଶ୍ୟକ l ଯିଏ ଭଗବଦଗୀତା ପଢ଼ିଵ ଓ ପ୍ରଚାର ପ୍ରସାର କରିବ ସିଏ ସବୁ ପ୍ରକାର ପାପରୁ ଉଦ୍ଧାର ହୋଇଯିବ l
ଶ୍ରୀମତୀ ପ୍ରମିଳା ପାଣି
(ଶିକ୍ଷୟତ୍ରୀ, ଫାସି, ଗଞ୍ଜାମ)