

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ନୂଆ ପୋଖରୀ ସ୍ଥିତ ଭାଗିରଥି ସାଗର ମଙ୍ଗଳା ମା’ଙ୍କ ପୀଠରେ ଝାମୁ ଯାତ୍ରା ଉତ୍ସଵ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କର ପ୍ରାତଃ ନୀତି ଦେହୁରୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ସାରି ମା’ଙ୍କ ପୂଜା ଅର୍ଚ୍ଚନା କରି ଧୂପଦୀପ ଦେଇ ନୀତି କାର୍ଯ୍ୟ କରିବା ପରେ ଅପରାହ୍ନ ୨ଘଂଟିକା ସମୟରେ ପିଠ ସମ୍ମୁଖରେ ବହୁତ ଭକ୍ତମାନଙ୍କ ଓ ମାନସିକଧାରୀ ପାଟୁଆ ଅଗ୍ନିରେ ଝାମୁ ଚାଲିଥିଲେ । ଗ୍ରୀଷ୍ମ ପ୍ରବାହ ଦ୍ୱାରା ମା’ଙ୍କ ଆର୍ଶୀବାଦ ନେଇ ଘଣ୍ଟ ଢୋଲ ତାଳ ଇତ୍ୟାଦିରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇଥିଲା । ଏଥିରେ ପାଖାପାଖି ଯୁବକ ଓ ମନ୍ଦିରରେ କମିଟିର କର୍ମକର୍ତ୍ତା ମାନଙ୍କର ସହଯୋଗରେ ସମସ୍ତଙ୍କୁ ପ୍ରସାଦ ବଣ୍ଟା ଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି


