

ଗଞ୍ଜାମ (ସମୃଦ୍ଧ ଓଡିଶା) ଗତକାଲି ଭାଜପା ପକ୍ଷରୁ ପାଲଙ୍ଗ, ଖଣ୍ଡଦେଉଳୀ, ସନ୍ତୋଷପୁର ଏବଂ ପୋଇରାଶି ଆଦି ୪ଟି ପଞ୍ଚାୟତରେ ମାରାଥନ ବିଜୟ ସଂକଳ୍ପ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଭାଜପା ଛତ୍ରପୁର ନିର୍ବଚନ ମଣ୍ଡଳୀ ପ୍ରଚାର କମିଟି ମୁଖ୍ୟ କୀର୍ତ୍ତନ ଦାସଙ୍କ ତତ୍ତ୍ୱାବଧାନରେ ଏହି ୪ଟି ପଞ୍ଚାୟତରେ ମାରାଥନ ବିଜୟ ସଂକଳ୍ପ ପଥପ୍ରାନ୍ତ ସଭା ଅନୁଷ୍ଠିତ କରାଯାଇଥିଲା । ଏହାସହ ରମ୍ଭା ଏନଏସିରେ ପ୍ରଚାର କମିଟି ମୁଖ୍ୟ ଦାସଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏକଜୁଟ ହୋଇଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ଭାଜପା ନିଶ୍ଚିତ ଭାବେ ସରକାର ଗଠନ କରିବ ଓଡିଶାବାସୀ ଏହାର ଜବାବ ଦେବେ ବୋଲି ହୁମ୍ମା ମଣ୍ଡଳ ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି . ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ବେହେରା, ଯୁବମୋର୍ଚ୍ଚା ସଭାପତି ଉମାଶଙ୍କର ପଣ୍ଡା, ପ୍ରଭାରୀ ଗୋପୀନାଥ ପଣ୍ଡା, ସୁନାରାମ ନାୟକ, ହୁମ୍ମା ମଣ୍ଡଳ ଉପସଭାପତି ପ୍ରସନ୍ନ ନାହାକ, ସୁରେନ୍ଦ୍ର ସାହୁ, ବଳାସ ନାହାକା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







