ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମପଞ୍ଚାୟତ ପକ୍ଷରୁ ଆଜି ଗାଁରେ ସଭା ଆୟୋଜନ କରି ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୂଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ଯୋଗଦେଇ ଗ୍ରାମର ଭଦ୍ରବ୍ୟକ୍ତିମାନଙ୍କ ସହ ଗ୍ରାମବାସୀଙ୍କୁ ସ୍ଵାଗତ କରିଥିବା ବେଳେ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିମାନଙ୍କ ତରଫରୁ ମୁଖ୍ୟ ଅତିଥି ସହ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଜିଲ୍ଲାପରିଷଦ ସଭ୍ୟ, ଵିନୋଦ ଚନ୍ଦ୍ର ମିଶ୍ର, ଏଲ୍. ମୋହନ ଦାସ୍, ମଣ୍ଡଳ ସଭାପତି ବ୍ରଜମୋହନ ନାହକ, ସନତ୍ କୁମାର୍ ନାୟକ୍, ସୁଶାନ୍ତ ନାୟକ୍, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର୍ ଷଡ଼ଙ୍ଗୀ, ଏନ୍. ରାଜେନ୍ଦ୍ର, ୟୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସୁଭାଶିଷ ସାହୁ, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର ପ୍ରମୁଖଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମିଶ୍ରଣ ବେଳେ ଗ୍ରାମବାସୀ ତଥା ମତ୍ସ୍ୟଜିବିଙ୍କ ମୁଖ୍ୟ ସମସ୍ୟା ମାର୍କଣ୍ଡି ମୁହାଣ ଖୋଲିବା ଏବଂ ଜେ.ଟି ନିର୍ମାଣ ଦ୍ଵାରା ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବାକୁ ସୁଭିଧାରେ ଯାଇପାରିବେ l ଯାହାକି ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ ଯାହା ଫଳରେ ଗ୍ରାମର ମତ୍ସ୍ୟଜୀବୀମାନେ କେରଳ, ଚେନ୍ନାଇ ଜୀବିକା ନିର୍ବାହ ପାଇଁ ଯିବାକୁ ପଡ଼ୁଛି ଏବଂ କୌଣସି ଦୁର୍ଘଟଣା ଘଟିଲେ ସେଠାରୁ ଫେରିବା ମୁସ୍କିଲ୍ ହୋଇ ପଡୁଥିବାର ପଞ୍ଚାୟତବାସୀ ଦୁଃଖ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତିନି ତିନି ଥର ସାଧାରଣ ନିର୍ବାଚନ ବିତି ଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀ ମାନଙ୍କର ଏହି ମୂଖ୍ୟ ସମସ୍ୟାକୁ ଆଧାର କରି ବିଜେଡି ପ୍ରତିଶୃତି ଦେଇ ତିନି ତିନି ଥର ଭୋଟ୍ ହାତେଇ ସରକାର ଗଢି ଥିବାବେଳେ ଗ୍ରାମବାସୀଙ୍କ ଦୁଃଖ ବର୍ତ୍ତମାନ ସୁଦ୍ଧା ଦୂର ହୋଇପାରିଲା ନାହି ଏବଂ ଯେତେଶୀଘ୍ର ସମ୍ଭବ ମୁହାଣ ଖୋଳା ଯିବା ସହ ମଶ୍ୟଜୀବୀଙ୍କ ଜୀବିକା ଜୀବନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଣୁ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭାରତିୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବୋଲି ମିଶ୍ରଣ ପର୍ବରେ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା