ଭାରତୀୟ ଜନତା ପାର୍ଟି ଜଳେଶ୍ୱର ଶାଖା ତରଫରୁ ଜଳେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଜଳେଶ୍ୱର(ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ଜଳେଶ୍ୱର ଶାଖା ତରଫରୁ ୫ ତାରଖ ସୋମବାର ପୂର୍ବାହ୍ନ ୧୧ଘଟିକା ସମୟରେ ଜଳେଶ୍ୱର ବ୍ଲକ ସମ୍ମୁଖରେ ବିଶାଳ ସମାବେଶ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବତନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ବହୁ ଲୋକ ବିଶାଳ ଶୋଭା ଯାତ୍ରାରେ ଜଳେଶ୍ୱର ପୂର୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାହାରି ଜଳେଶ୍ୱର ବ୍ଲକ ଯାଏ ଆସିଥିଲେ ଏବଂ ସେଠାରେ ବିକ୍ଷୋଭ ପ୍ରର୍ଦଶନ କରିବା ସହିତ ବିଜେଡି ସରକାରଙ୍କର ବିରୋଧରେ ଭାଷଣ ମାନ ଦେଇଥିଲେ । ଜଳେଶ୍ୱର ବ୍ଲକ ସମ୍ମୁଖରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତନୁ କୁମାର ପଟ୍ଟନାୟଙ୍କ ସଭାପତିତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏହି ସମାବେଶକୁ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ରେମୁଣା ବ୍ଲକ ଅଧ୍ୟକ୍ଷ ତଥା ଜଳେଶ୍ୱର ପ୍ରଭାରୀ ସୁଶାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ମଦନ ମୋହନ ଦତ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଶୁଭଙ୍କର ମହାପାତ୍ର, ମହେନ୍ଦ୍ର ଦାସ, ଆଶ୍ରୟାନନ୍ଦ ମହାରାଜ, ମାନସ ଦାସ ମହାପାତ୍ର, ମହିଳା ମୋର୍ଚ୍ଚା ନେତ୍ରୀ ଅଭିପ୍ସା ନାୟକ, ପ୍ରମିଳା ସାମଲ, ରତ୍ନ ମଂଜରୀ ଗିରି, ସିଦ୍ଧାର୍ଥ ଶଙ୍କର ପାଳ, ଗୈାରାଙ୍ଗ ଦାସ, ସତ୍ୟଜିତ ମିଶ୍ର ତଥା ବିଭିନ୍ନ ଗ୍ରାମ ପଂଚାୟତର ନେତୃ ମଣ୍ଡଳୀ ଓ ସଦସ୍ୟ ମାନେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ନବିନ ପଟ୍ଟନାୟକ ସରକାରର ସ୍ଥାଣୁତା ଓ ଜଳେଶ୍ୱର ବ୍ଲକର ଦୁର୍ନୀତି ବିରୋଧରେ ବକ୍ତାମାନେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଆଗାମୀ ନିର୍ବାଚନରେ ବିଜେପି ସରକାରକୁ ସମର୍ଥନ ଦେବା ପାଇଁ ନିବେଦନ କରିଥିଲେ । ଦିନ ୧ଟା ସମୟରେ ଭାରତୀୟ ଯୁବ ମୋର୍ଚ୍ଚାର ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ମାନଓ ପାଠୀ, ଯୁବ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଫାଲଗୁନୀ ପାଣିଗ୍ରାହୀ, ନଗର ସଭାପତି ଦେବାଶିଷ ଦାସ, ସୁବ୍ରତ ଘୋଷ ଓ ରାଜୀବ ଘୋଷଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ରାଲି ସହର ପରିକ୍ରମା କରିଥିଲା ।

ରିପୋର୍ଟ:ଭୂପତି ପରିଡା