ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ପକ୍ଷରୁ ତରବରିଆ ଜାନିବିଲ ପ୍ରକଳ୍ପକୁ କାର୍ଯ୍ୟକାରି କରିବାକୁ ବିରୋଧ କରାଯାଇଛି । ବ୍ରହ୍ମପୁର ମହାନଗର ସହ ତଳିଆ ଅଂଚଳରେ ପାନୀୟ ଜଳ ଅଭାବ ରହିଛି । ଏହାର ଏକମାତ୍ର ବିକଳ୍ପ ଦକ୍ଷିଣପୁର ଘାଇ ଅଛି ଯାହାଦ୍ୱାରା ବ୍ରହ୍ମପୁର ମହାନଗରକୁ ପାନୀୟ ଜଳ ମିଳୁଛି । ଏହାକୁ ୩୦,୦୦୦ ବାସିନ୍ଦା ସକାଶେ ବ୍ରିଟିଶ ସରକାର ନିର୍ମାଣ କରିଥିଲେ । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ବାସିନ୍ଦା ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ୍ଵ ହୋଇଗଲାଣି । ଏହି ସମସ୍ୟା ଦୂରୀକରଣ ସକାଶେ ୫ ଦଶନ୍ଧି ଧରି କୌଣସି ସରକାର ପଦକ୍ଷେପ ନେଇ ନାହାନ୍ତି । ଜାନବିଲି ପ୍ରକଳ୍ପ ଯାହା କୁହାଯାଇଛି ତାହା ବର୍ତ୍ତମାନର ଦକ୍ଷିଣପୁର ଘାଇ ଅଟେ । ରାଜ୍ୟ ସରକାର ଗତ ନିର୍ବାଚନ ପୂର୍ବରୁ ତଥା ୪ ଅକ୍ଟୋବର ୨୦୧୩ ମସିହାରେ ଏକ ଭିତ୍ତି ସ୍ଥାପନ କରି ମିଛ କଥା କହି ଗତ ନିର୍ବାଚନରେ ବିଜୟ ଲାଭ କରିଥିଲେ । ବର୍ତ୍ତମାନ ଏହି ପ୍ରକଳ୍ପର କାମ ହେଲା ପାଇପ ଯୋଗେ ଏହି ପାଣି ଜାନବିଲ ଠାରୁ ବ୍ରହ୍ମପୁର ସହରକୁ ପାନୀୟ ଜଳ ଆସିବ, ଯାହାଦ୍ୱାରା କିଛି ଅଧିକ ଓ ଶୁଦ୍ଧ ପାଣି ମିଳିପାରିବ । ପ୍ରତ୍ୟେକ ୱାର୍ଡରେ ଓଭର ହ୍ୟାଡ଼ ଟ୍ୟାଙ୍କ କରି ଜଳ ସଂରକ୍ଷଣ କରିବା ସହ ଜନସାଧାରଣଙ୍କୁ ଜଳ ପ୍ରଦାନ କରିବା । ତେଣୁ ସାଧାରଣ ନିର୍ବାଚନକୁ ଆଖି ଆଗରେ ରହି ତରବରିଆ ଭାବେ ଅସମ୍ପୂର୍ଣ୍ଣ କାମ ସପୂର୍ଣ୍ଣ ନ ହେବା ଯାଏଁ ଉଦଘାଟନ ନ କରିବାକୁ ଅନୁରୋଧ କରାଯାଇଛି । ଏହାର ଏକମାତ୍ର ଲକ୍ଷ୍ୟ ଆସନ୍ତା ନିର୍ଵାଚନରେ ବ୍ରହ୍ମପୁରବାସୀଙ୍କୁ ଭୂଆଁ ବୁଲାଇ ପୁଣି ନିର୍ବାଚନରେ ବିଜୟ ହେବା । ଏଣୁ ଏହି କାର୍ଯ୍ୟ ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହାକୁ ଉଦଘାଟନ କରାନଯାଉ । ଯଦି କରାଯାଏ ତାହା ହେଲେ ବାଧ୍ୟ ହୋଇ ଗଞ୍ଜାମ କଳା ପରିଷଦ ସ୍ଥିତ ପାଣି ଟ୍ୟାଙ୍କ ଛକରେ ଥିବା ପାଣି ଟ୍ୟାଙ୍କ ପାଖରେ ଅନଶନ କରିବୁ । ଏଥି ସକାଶେ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା