

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ଘଟିବା ପରେ ଦେଶ ବ୍ୟାପି ଶୋକର ଛାୟା ଖେଳିଯାଇଛି । ସୁଷମା ସ୍ୱରାଜ ସୁପ୍ରିମ କୋର୍ଟର ଦକ୍ଷ ଆଇନଜୀବୀ ସହ ବିଚକ୍ଷଣ ରାଜନୀତିଜ୍ଞ ଭାବରେ ନିଜକୁ ପ୍ରତିପାଦିତ କରିପାରିଥିଲେ । ଫେବୃଆରୀ ୧୪, ୧୯୫୨ ମସିହାରେ ଜନ୍ମ ଗ୍ରହଣ କରିଥିବା ସୁଷମା ସ୍ୱରାଜଙ୍କ ଜୀବନ ଦର୍ଶନରେ ଛାତ୍ର ଜୀବନରୁ ହିଁ ଦେଶ ଭକ୍ତି ଉଜ୍ଜୀବିତ ରହିଥିଲା । ସେ ସ୍କୁଲରେ ଏନସିସିରେ ସାମିଲ ହୋଇଥିଲେ ଓ ଉଚ୍ଚ ଶିକ୍ଷା ସମୟରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସକ୍ରିୟ ସଦସ୍ୟା ଭାବରେ କାମ କରି ଚାଲିଥିଲେ । ଇମାରଜେନସି ସମୟରେ ସେ ଜୟ ପ୍ରକାଶ ନାରାୟଣଜୀଙ୍କ କ୍ରାନ୍ତି ଆନ୍ଦୋଳନରେ ସକ୍ରିୟ ଭାବେ ନିଜକୁ ସାମିଲ କରିବା ସହ ନିଜ ସକ୍ରିୟ ରାଜନୀତିର ଅୟମାରମ୍ଭ କରିଥିଲେ ଓ ୧୯୭୭ ମସିହାରେ ହରିୟାଣାର ଆମ୍ବାଲା ଛାଵନୀ ବିଧାନସଭାରୁ ନିର୍ବାଚନ ଲଢ଼ିବା ସହ ନିର୍ବାଚନ ଜିତି ୨୫ ବର୍ଷ ବୟସରେ ରାଜ୍ୟର ମହିଳା ଶ୍ରମମନ୍ତ୍ରୀ ପଦର ଅଧିକାରିଣୀ ହୋଇପାରିଥିଲେ । ପରେ ପରେ ନିଜ ରାଜନୈତିକ ଜୀବନରେ ସଫଳତାର ସିଢ଼ୀ ଚଢିବା ସହ ୧୯୯୬ ମସିହାରେ କେନ୍ଦ୍ର ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ, ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିପକ୍ଷ ଦଳର ନେତ୍ରୀ ଭାବେ ନିଜର କାର୍ଯ୍ୟଭୂମିକା ନିର୍ବାହ କରିଥିଲେ । ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ, ୨୦୧୪ ମସିହାରେ ବିଦିସା ଲୋକସଭା ନିର୍ବାଚନ କ୍ଷେତ୍ରରୁ ବିଜୟୀ ଦେବା ସହ ମୋଦି ସରକାରରେ ପ୍ରଥମ ବୈଦେଶିକ ମନ୍ତ୍ରୀ ହୋଇ ନିଜ କାର୍ଯ୍ୟକାଳରେ ନିଜ ବିଚକ୍ଷଣ କାର୍ଯ୍ୟଶୈଳୀ ଦ୍ୱାରା ଶିଶୁ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ସେ ଭାରତର ରାଜଧାନୀ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିଥିଲେ । ବହୁ ସମ୍ମାନର ଅଧିକାରିଣୀ ହୋଇଥିବା ସୁଷମାଜୀ ସର୍ବଶ୍ରେଷ୍ଠ ମହିଳା ସାଂସଦ ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି । ସେ ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳର ପ୍ରଥମ ମହିଳା ପ୍ରବକ୍ତା ହୋଇପାରିଥିଲେ । ବାଜପେୟୀ ସରକାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରହିବ ସମୟରେ ଓଡ଼ିଶାରେ ଏଇମସ ପ୍ରତିଷ୍ଠା ହୋଇପାରିବା ସୁଷମା ସ୍ୱରାଜଙ୍କର ହିଁ ଅବଦାନ ଥିଲା । ସାରା ଭାରତ ବର୍ଷରେ ଆଜି ଶୋକର ଛାୟା ରହିଥିବା ବେଳେ ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକର୍ତ୍ତାମାନେ ଏହି ଶୋକ ସଭାରେ ସାମିଲ ହେବ ସହିତ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରି ତାଙ୍କ ମହାନ ଜୀବନର ସ୍ମୃତି ଚରଣ କରିଥିଲେ । ରାଜ୍ୟ ସମ୍ପାଦକ ବିଭୁତି ଭୂଷଣ ଜେନା ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ଓ ସଫଳ ଜୀବନୀ ଉପରେ କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରାଇବା ସହିତ ତାଙ୍କ ଭାବାବେଗ ସହିତ ଜଡିତଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଜିଲ୍ଲା ସଭାପତି ଶ୍ରୀ ପତି ଏହିଭଳି ଜଣେ ମହିୟସୀ ମହିଳା ତଥା ଭାରତୀୟ ଜନତା ପାର୍ଟିର ଜଣେ ଲୋକପ୍ରିୟ ନେତ୍ରୀଙ୍କ ଅକାଳ ବିୟୋଗରେ ବ୍ୟକ୍ତିଗତ ଭାବେ ସେ ମର୍ମାହତ କହି ଆନ୍ତରିକ ଭାବ ପ୍ରକଟ କରିବା ସହ ତାଙ୍କ ନାଗପୁର ଠାରେ ତାଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ପାଇଥିବା ବିଷୟ ପ୍ରକାଶ କରିଥିଲେ । ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ଷଡ଼ଙ୍ଗୀ, ସୁନୀଲ ସାହୁ, ମଦନ ମୋହନ ପାତ୍ର, ମଧୁସୂଦନ ସାହୁ, ସୂର୍ଯ୍ୟ ନାହାକ, ଗୌରୀ ମହାନ୍ତି, ଡି. କରୁଣାକର, ସୁମନ ଶତପଥୀ, ସୁବାସିନୀ ପଟ୍ଟନାୟକ, ସୁଜାତା ବିଷୋୟୀ, ନିତାରାଣୀ ପଣ୍ଡା, ଶରତ ସାହୁ, ପ୍ରବୀର ପାତ୍ର, ଅମୁଲ୍ୟ ଚୋୖଧୁରୀ, ରାଜେଶ ସାହୁ, ଶିବ ଅଧିକାରୀ, ରାମହରି ଖଣ୍ଡୁଆଳ, ଏସ.ଶ୍ରୀନିବାସ ରାଓ, ଏସ ରାଣୀ, ମଧୁ ସାହୁ, ବିଜୟ ପଣ୍ଡା ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

