ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବିଜେପି ପକ୍ଷରୁ ଜଳେଶ୍ୱର ଷ୍ଟେସନ ପକ୍ଷରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏବେ ସମଗ୍ର ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା, ଭାରତୀୟଙ୍କ ଆଶା ଓ ଭରସା ପ୍ରତୀକ ତଥା ନବଭାରତର ନିର୍ମାତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଜେପି ପାଳନ କରୁଛି ସେବା ସପ୍ତାହ । ଏହି ଅବସରରେ ଜଳେଶ୍ୱର ରେଳ ଷ୍ଟେସନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ନଗର ସଭାପତି ନଗେନ୍ଦ୍ର ପାତ୍ର ସଂଯୋଜନା କରିଥିଲେ । ଆୟୋଜିତ ସଭାରେ ଇଂ ମନିନ୍ଦ୍ର କୁମାର ଦାସ ପୌରହିତ୍ୟ କରିଥିବା ବେଳେ ହାଇକୋର୍ଟର ବରିଷ୍ଟ ଆଇନଜୀବୀ ରାମକୃଷ୍ଣ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆଜିର ସ୍ୱଚ୍ଛଭାରତର ସ୍ୱପ୍ନ ଗାନ୍ଧିଜୀଙ୍କ ସ୍ୱପ୍ନ ଓ ଦର୍ଶନର ଏକ ଅଂଶ ବୋଲି କହିଥିଲେ । ପ୍ରତ୍ୟେକ ରବିବାର ସକାଳେ ଜଳେଶ୍ୱର ଷ୍ଟେସନ ପରିସରକୁ ପରିସ୍କାର ପରିଚ୍ଛନ୍ନତା ଲାଗି ଯାତ୍ରୀଙ୍କୁ ସଚେତନତା କରିବା ଓ ନିଜେ ସ୍ୱଚ୍ଛତା କାର୍ଯ୍ୟକୟମରେ ସାମିଲ ହେଲେ ସ୍ୱଚ୍ଛତାହିଁ ପ୍ରଗତୀର ମୂଳମନ୍ତ୍ର ହୋଇପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ଡ. ଅଜିତ୍ କୁମାର ମହାନ୍ତି ଓ ସମାଜସେବୀ ଶରତ ଚନ୍ଦ୍ର ପରିଡା ସମାଜକୁ ସୁସ୍ଥ ଓ ପ୍ରଦୋଷଣମୁକ୍ତ କରିବାକୁ ହେଲେ ସଚେତନତା କରାଇବା ସହ ମାରାତ୍ମକ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନିଷ୍ପତ୍ତି ନେବା ସଂପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ମାନସ କୁମାର ପାଠୀ, ଯୁବ ବିଜେପି ସଂଯୋଜକ ଫାଲ୍ଗୁନୀ ପାଣିଗ୍ରାହୀ, ଅଞ୍ଜନ କୁମାର ଦାସ, ପ୍ରଣବ ପଣ୍ଡା, ୯ନଂ ଜୋନ୍ର ସଭାପତି ତପନ ବିଶ୍ୱାଳ, ସମରେନ୍ଦ୍ର ପଣ୍ଡା, ଗୌରୀଶଂକର ମାଇତି, ଗୌରିଶଙ୍କର ଦଳେଇ, ବିନୋଦ କୁମାର ଦତ୍ତ, ଉପେନ୍ଦ୍ର ଦାସ, ଏସ୍କେ ସୁଲ୍ତାନ୍, ଏସ୍କେ ଯୁମାନ୍, ଏସ୍କେ ଗଫୁର, ଅରଉଣ ଦାସ, ରାଜାଦାସ ମହାପାତ୍ର, ପାପା ଗିରି, ପ୍ରବୋଧ କୁମାର ଗୁପ୍ତା ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ବକ୍ତବ୍ୟ ରଖିଥିଲେ । ପ୍ରାଧ୍ୟାପକ ଅନନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା