

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗଞ୍ଜାମ ଗସ୍ତରେ ଆସିଛନ୍ତି । ଏହି ପରିପେକ୍ଷୀରେ ଭଉଣୀ ମମିତା ମେହେର ଘଟଣାକୁ ନେଇ ଆସନ୍ତା ୯ ଡିସେମ୍ବର ୨୦୨୧ ତାରିଖ ଓଡ଼ିଶା ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ନେଇ ଗଞ୍ଜାମ ଜିଲ୍ଲା ଅଫିସ ଠାରେ ୪ଟି ଜିଲ୍ଲାର ସଭାପତି, ରାଜ୍ୟ ପଦାଧିକାରୀ, ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ ବିଧାନସଭା ଘେରାଉକୁ ନେଇ ବିସ୍ତୃତ ଆଲୋଚନା ହେବା ସହ ମମିତା ମେହେର ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଶ୍ରୀ ଆଚାର୍ଯ୍ୟଙ୍କ ସହ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ବିଧାନସଭା ପାର୍ଥି କାହ୍ନୁ ଚରଣ ପତି ବର୍ଷୀଛନ୍ତି । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର, ପ୍ରଭାତ ଷଡ଼ଙ୍ଗୀ, ଜିଲ୍ଲା ଉପସଭାପତି ନିରଞ୍ଜନ ପାଣିଗ୍ରାହୀ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼. ମଧୂସୁଦନ ସାହୁ, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରାୟ, ରାଜ୍ୟ ଯୁବମର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ରାଜ୍ୟ ସଂଯୋଜକ ରାଧାମାଧବ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଶୁଭଶିଶ ସାହୁ, ସରଜ ଭଞ୍ଜ, ଘୁମୁର୍ଷର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି, ପ୍ରମୋଦ ପଣ୍ଡା, ଗଜପତି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଜେନା, କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ, ଗଞ୍ଜାମ ଜିଲ୍ଲା ପଦାଧିକାରୀ ବାପି ପ୍ରଧାନ, ଜିତୁପାତ୍ର, ସୁଜିତ ନାୟକ, ଶିବ ଶଙ୍କର ଶତପଥି, ସୁରେଶ ରେଡି, ମଧୂସୂଦନ ସାହୁ, ମାତା ନାୟକ, ରଘୁନାଥ ରେଡି, ମନୋଜ ମହାରଣା, କମଳ ପାତ୍ର, ସନ୍ତୋଷ ପଣ୍ଡା, ସିଦ୍ଧାର୍ଥ ପଣ୍ଡା, ସୁମିତ ପାତ୍ର, ଚିତପଣ୍ଡା, ଚନ୍ଦନ ସାହୁ, ଅଜୟ ନାୟକଙ୍କ ସହ ଚାରଟି ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

