

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଖିଳ ଭାରତ କଂଗ୍ରେସ କମିଟିର ନିଦ୍ଦେଶକ୍ରମେ ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ପାଳନ କରାଯାଇଛି । ଏହି ଅବସରରେ ପ୍ରଥମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ପତାକାକୁ ଜିଲ୍ଲା ଆଇନ ବିଭାଗ ମୁଖ୍ୟ ରବୀନ୍ଦ୍ର କୁମାର ଦେଓ ଉତ୍ତୋଳନ କରିଥିଲେ । ଏହାପରେ କଂଗ୍ରେସ ଭବନରୁ ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀଙ୍କ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ଏବଂ ଶେଷରେ ଜିଲ୍ଲା କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ଏବଂ ଆଗାମୀ ଦିନରେ ଦଳୀୟ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଗୋପାଳପୁର କଂଗ୍ରେସ ବିଧାୟକ ପାର୍ଥି ଧର୍ମା ରେଡ୍ଡୀ, ଚିକିଟି ବିଧାୟକ ପାର୍ଥି ସୁବାଷ ରାଉତ, ଜିଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଭଗିରଥୀ ବେହେରା, ଅବନୀ ଶତପଥୀ, ପ୍ରମିତ ରଂଜମ ମହାପାତ୍ର, ଦେବାଶିଷ ମହାନ୍ତି, ଅରୁଣ ରାଓ, ସନ୍ତୋଷ ବିଶ୍ୱାଳ, ସଂଗ୍ରାମ ରାଉତ, ଗଣାପତି ବାରିକ, ମୋହନ ରେଡି, ସିଦ୍ଧାନ୍ତ ସାହୁ, ମହେଶ ସାହୁ, ଭବାନୀ ସାହୁ, ଶତାଧିକ ମହିଳାକର୍ମୀ ସହ ପ୍ରମୁଖ ପାଞ୍ଚ ଶହରୁ ଅଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା









