

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ୫ ଲାଇନ୍ ଗାନ୍ଧୀନଗର ସ୍ଥିତ ଭି. ଚନ୍ଦ୍ରଶେଖର ନାଇଡୁ ଲୋକସଭା ପ୍ରାର୍ଥୀଙ୍କ ବାସଭବନରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଭାରତୀୟ ଜାତୀୟ କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୃନ୍ଦାବନ ଖଟାଇଙ୍କ ସଭାପତିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ବିଜୟ ରାଜ ପାଣିଗ୍ରାହୀଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବୃନ୍ଦାବନ ଖଟାଇ କରିଥିଲେ କି ଜାହା ସବୁ ହେଇଛି କଂଗ୍ରେସ ସମୟରେ ହେଇଥିଲା । ସେହିପରି ଶ୍ରୀ ନାଇଡୁ କହିଥିଲେ କଂଗ୍ରେସର କିଛି ଭୁଲ ରହିଯାଇଥିବାରୁ ଆଜି ଆମେ ହାରିଯାଇଛୁ । କାଲି ଆମେ ପୁଣି ଲୋକଙ୍କ ଆସ୍ଥା ଭାଜନ ହୋଇ ରହିବୁ । ଯୁବ କଂଗ୍ରେସ ସଭାପତି କରିଥିଲେ କିପରି ଭାବରେ ଦଳକୁ ସମସ୍ତ ସଦସ୍ୟ ଫେରିବେ କଂଗ୍ରେସକୁ ଟାଣ ହୋଇ ଠିଆ ହେବା ଉଦବୋଧନ ଦେଇଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଏକ ରାଲି ବାହାରି ନାଇଡୁଙ୍କ ବାସଭବନରେ ପହଞ୍ଚି ଥିଲେ । ସହରର ବିଭିନ୍ନ ୱାର୍ଡରୁ ଆସିଥିବା ଲୋକମାନେ ନିଜ ନିଜ ଅଂଚଳର ସମସ୍ୟା ସଂପକରେ ଶ୍ରୀ ନାଇଡୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବନ୍ଧୁ ମିଳନ ପୂର୍ବରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜି ଆଶ୍ରମରେ ଆୟୋଜିତ ଦଳୀୟ ପତାକା ଉତ୍ତୋଳନ କାର୍ଯ୍ୟାକ୍ରମରେ ଶ୍ରୀ ନାଇଡୁ ଯୋଗଦେଇ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ନୂତନ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନେତୃତ୍ବରେ ଜିଲ୍ଲାରେ ଦଳୀୟ ସଂଗଠନ ସୁଦୃଢ ହେଉଥିବାରୁ ଶ୍ରୀ ନାଇଡୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବନ୍ଧୁ ମିଳନ କାଯ୍ୟକ୍ରମରେ ଜିଲ୍ଲା କିସାନ କଂଗ୍ରେସ ସଭାପତି ବୃନ୍ଦାବନ ଖଟେଇ, ବ୍ରହ୍ମପୁର ଯୁବ କଂଗ୍ରେସ ସଭାପତି ବିଜୟରାଜ ପାଣିଗ୍ରାହୀ, ରବି ଅଧିକାରୀ, ରାଜ୍ୟ କିସାନ କଂଗ୍ରେସ ସଂପାଦକ ପଦ୍ମଚରଣ ସାହୁ, ସଂଜୟ ସ୍ବାଇଁ, ଏସ ଏ ଆକବର, ତତସତ ସୁବୁଦ୍ଦି, ପତିତ ଗନ୍ତାୟତ, ରାଜୀବ ଖୁଣ୍ଟିଆ, ଜଗନ୍ନାଥ ପୋଲେଇ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା







