ଭାରତୀୟ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ତଥା ଓଡିଶା ବାସୀଙ୍କ ପାଇଁ ଏକ ଐତିହାସିକ ଦିବସ କାରଣ ଭାରତୀୟ ବିକାଶ ପରିଷଦକୁ ଏକ ଜାତୀୟ ସ୍ତରୀୟ ରାଜନୈତିକ ଦଳରେ ରୂପାନ୍ତରିତ କରି ଭାରତୀୟ ନିର୍ବାଚନ କମିଶନ ନୂଆଦିଲ୍ଲୀରେ ଭାରତୀୟ ଲୋକ ପ୍ରତିନିଧି ଆଇନ ୧୯୫୧ ଧାରା ୨୯ ପ୍ରକାରେ ରେଜିଷ୍ଟ୍ରସନ କରାଯିବ l ତେଣୁ ସମ୍ବିଧାନ ବିଶାରଦ ମାନଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ବିକାଶ ପରିଷଦର ସମ୍ବିଧାନ ପ୍ରସ୍ତୁତ କରାଯାଇଛି l ସମ୍ବିଧାନ ଅନୁଯାୟୀ ରାଜନୈତିକ ଦଳର ନାମ “ଭାରତୀୟ ବିକାଶ ପରିଷଦ” (ବିବିପି) ଭାରତ ସ୍ଵାଧୀନ ଠାରୁ ଆଜି ପର୍ଯ୍ୟନ୍ତ ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାରୁ କୌଣସି ରାଜନୈତିକ ଦଳ ସୃଷ୍ଟି ହେଇନାହିଁ l ଭାରତରେ ଅବସ୍ତିତ ସମସ୍ତ ରାଜନୈତିକ ଦଳ ଠାରୁ ଭିର୍ଣ୍ଣ କାରଣ ରାଜନୈତିକ ଦଳମାନଙ୍କର ଆୟ ଓ ବ୍ୟୟ ସୂଚନା ଅଧିକାର ଆଇନ ଅନୁସାରେ ଦିଆଯାଇପାରୁନାହିଁ ଯାହାକି ବେନିୟମ ଓ ଅସମ୍ବିଧାନିକ କାରଣ ସମସ୍ତ ରାଜନୈତିକ ଦଳମାନେ ଯେଉଁ ବ୍ୟକ୍ତି ସଂଗ୍ରହ କରୁଛନ୍ତି ବାର୍ଷିକ ଶହ ଶହ କୋଟି ସର୍ବସାଧାରଣ ପାଣ୍ଠି, ଯେଉଁ ବ୍ୟକ୍ତି ଓ ଅନୁଷ୍ଠାନ ରାଜନୈତିକ ଦଳ ମାନଙ୍କୁ ପାଣ୍ଠି ପ୍ରଦାନ କରୁଛନ୍ତି ଇନକମ ଟାକ୍ସ ଆଇନ ଧାରା ୮୦ ପ୍ରକାରେ ପ୍ରଦାନ କରିଥିବା ପରିମାଣ ଇନକମ ଟାକ୍ସରୁ ଛାଡ଼ ପାଉଛନ୍ତି l କିନ୍ତୁ ଭାରତର ପ୍ରଥମ ରାଜନୈତିକ ଦଳ ଭାରତୀୟ ବିକାଶ ପରିଷଦର ସମ୍ବିଧାନ ନବମ ପରିଚ୍ଛେଦରେ ସ୍ଥାନ ଦିଆଯାଇଛି, ପ୍ରତେକ ନାଗରିକ ବିବିପିର ଆୟ ବ୍ୟୟ ଜାଣିପାରିବେ ନାହିଁ କାରଣ ରାଜନୈତିକ ଦଳ ଏକ ସର୍ବସାଧାରଣ ଅନୁଷ୍ଠାନ ଟିକିନିଖି ବିଷୟ ଜାଣିବାର ନାଗରିକଙ୍କ ଅଧିକାର କିନ୍ତୁ ଭ୍ରଷ୍ଟାଚାର, ଦୁର୍ନୀତି ଗ୍ରସ୍ତ, ବଂଶବାଦ ପୈତୃକ ସମ୍ପତି, କମ୍ପାନୀ ଭଳି ରାଜନୈତିକ ଦଳମାନେ ସଂଗ୍ରହକରୀ ନେଇଛନ୍ତି କିନ୍ତୁ ଭାରତୀୟ ବିକାଶ ପରିଷଦର ଟିକିନିଖି ବିଷୟ ଭାରତୀୟ ନାଗରିକଙ୍କୁ ତଥ୍ୟ ପ୍ରଦାନ କରିବ l ସମ୍ବିଧାନ ପ୍ରକାରେ ଜାତୀୟ ପରିଷଦରେ ୫୦ ନିର୍ବାଚିତ ସଭ୍ୟ ସଭ୍ୟା ସହିତ ପ୍ରତି ରାଜ୍ୟ ପରିଷଦ ଓ ଜିଲ୍ଲା ପରିଷଦ ସଭାପତି, ଜାତୀୟ ହାଇ ପାୱାର ପଲିଟିକାଲ୍ ପରିଷଦ, ସଭ୍ୟ ରହିବେ ସେହିପରି ଜାତୀୟ ଏସଏକୁଟିଭ କମିଟିରେ ମୋଟ ୫୦ ଜଣ ସଭ୍ୟ/ସଭ୍ୟା ରହିବେ l ସେହିପରି ରାଜ୍ୟ ପରିଷଦ ମଧ୍ୟ ଜାତୀୟ ପରିଷଦ ପ୍ରକାରେ ୫୦ ଜଣ ସଭ୍ୟ/ସଭ୍ୟା ପ୍ରତି ଜିଲ୍ଲା ଓ ବ୍ଲକ ସଭାପତି ସ୍ଥାନିତ ହେବେ l ୫୦ ଜଣ ଏକଯୁକୁଟିଭ ରହିବେ l ଜାତୀୟ ଓ ରାଜ୍ୟ ପରିଷଦରେ ଜଣେ ଲେଖାଏଁ ସଭାପତି, ୪ ଜଣ ଉପସଭାପତି, ୪ ଜଣ ଜେନେରାଲ ସେକ୍ରେଟେରୀ, ପ୍ରତି ରାଜ୍ୟ ଓ ଜିଲ୍ଲା ପାଇଁ ଜଣେ ଲେଖାଏଁ ସମ୍ପାଦକ, ଜାତୀୟ, ରାଜ୍ୟ ପରିଷଦ ପାଇଁ ଜଣେ କୋଷାଧକ୍ଷ, ଓ ମହିଳାଙ୍କ ପାଇଁ ସମାନ ଭାବେ ଜାତୀୟ ଓ ରାଜ୍ୟ ପରିଷଦ ସଭ୍ୟ/ସଭ୍ୟା ନିର୍ବାଚିତ ହେବେ l ସେହିପରି ଜିଲ୍ଲାପରିଷଦ ଓ ବ୍ଲକ ପରିଷଦରେ ୩୦ ଜଣ ସଭ୍ୟ/ସଭ୍ୟା ସହିତ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତ ସଭାପତି ରହିବେ l ପଞ୍ଚାୟତ ପରିଷଦରେ ୩୦ ଜଣ ସ୍ଥାନ ପାଇବେ l ଭାରତୀୟ ବିକାଶ ପରିଷଦର ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର – ସାଂସଦ ଓ ବିଧାୟକ ମାନଙ୍କ ମାସିକ ପେନଶନ ଉଚ୍ଛେଦ l ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କ ମାସିକ ଦରମା ଉଚ୍ଛେଦ କରି ସମ୍ମାନ ସୂଚକ ଭତା ପ୍ରଦାନ l ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନ ସୂଚକ ଭତାକୁ ଇନକମ ଟାକ୍ସ ଅନ୍ତର୍ଭୁକ୍ତ କରଣ l ୧୯୯୦ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ବାର୍ଷିକ ଶହ ଶହ ଗୁଣରୁ ଅଧିକ ସମ୍ପତି ଓ ବେନାମୀ ସମ୍ପତିକୁ ଯାଞ୍ଚ ପାଇଁ ଆଇନ ପ୍ରଣୟନ କରି ଆୟୋବହିର୍ଭୁତ ସମ୍ପତ୍ତିକୁ ବାଜ୍ୟାପ୍ତ ଓ ଜାତୀୟ ସମ୍ପତି ଘୋଷଣା l ରାଜ୍ୟର ପ୍ରତେକ ୬୦ବର୍ଷରୁ ଉର୍ଦ୍ଧ୍ୱ ସ୍ତ୍ରୀ ଓ ପୁରୁଷଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ମାସିକ ଟ. ୫୦୦୦/ ଭତା ପ୍ରଦାନ ଯଦି ସ୍ଵାମୀ ଓ ସ୍ତ୍ରୀ ଥିବା ସ୍ଥଳେ ମାସିକ ଟ. ୭୫୦୦/ ଭତା ପ୍ରଦାନ l ପ୍ରତି ପରିବାରକୁ ମାସିକ ୨୦୦ ୟୁନିଟ୍ ବିଦ୍ୟୁତ କର ଛାଡ l ମାଟ୍ରିକ ଠାରୁ ମାଷ୍ଟର ଡିଗ୍ରୀ ଅଧ୍ୟୟନ ରତ ଚାକିରୀ ଓ ରୋଜଗାର ବିହୀନ ଯୁବକ ଓ ଯୁବତୀଙ୍କୁ ମାସିକ ଭତା ବୟସ ୨୫ ଠାରୁ ୩୨ ପର୍ଯ୍ୟନ୍ତ ପ୍ରଦାନ l ରାଜ୍ୟର ପ୍ରତି ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପାଇଁ ଶତକଡା ୫୦/ ସିଟ ସଂରକ୍ଷଣ l ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ l ରାଜ୍ୟର ସରକାରୀ ଓ ବେସରକାରୀ କମ୍ପାନୀରେ ପ୍ରତିକ୍ଷେତ୍ରରେ ସ୍ଥାନୀୟ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକ ଯୁବତୀଙ୍କୁ ପଦବୀରେ ଶତକଡା ୮୦% ସଂରକ୍ଷଣ ପାଇଁ ଆଇନ ଅନୁମୋଦନ l ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ(+2) ପର୍ଯ୍ୟନ୍ତ ମାଗଣା ଶିକ୍ଷା ସିବିଏସ ପେଟର୍ନ ଶିକ୍ଷା ପ୍ରଦାନ l ଭାରତୀୟ ସମ୍ବିଧାନ ପ୍ରକାରେ ଚାଷ ରାଜ୍ୟ ଲିଷ୍ଟରେ ଅନ୍ତର୍ଭୁକ୍ତ, ଧାନର କୁଇଣ୍ଟାଲ ପ୍ରତି ଟ-୩୫୦୦/ ମୂଲ୍ୟ ଧାର୍ଯ୍ୟ l ପ୍ରତି ପରିବାରଙ୍କୁ ଟ. ୧୦,୦୦,୦୦୦/ର ଚିକିତ୍ସା ଇନ୍ସୁରାନ୍ସ ପ୍ରଦାନ କରି ମାଗଣା ଚିକିତ୍ସା ପ୍ରଦାନ l ଦୁର୍ନତି ଗ୍ରସ୍ତ ଓ ଭ୍ରଷ୍ଟାଚାର ରାଜନେତା ଓ ସରକାରୀ କର୍ମଚାରୀଙ୍କୁ ପଦବୀରୁ ବହିଷ୍କାର ସହିତ ଆଜୀବନ ଦଣ୍ଡିତ ପାଇଁ ଆଇନ ପ୍ରଣୟନ l ଶିକ୍ଷାର ମାନ ଉନ୍ନତି ପାଇଁ ଶିକ୍ଷକ ମାନଙ୍କୁ ଆଧୁନିକ ପ୍ରଣାଳୀରେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ l ସମସ୍ତ ଧର୍ମର ଧାର୍ମିକ ସଂସ୍ତାର ଭୁସମ୍ପତି କେବଳ ରାଜ୍ୟ ସରକାର କ୍ରୟ କରିବା ପାଇଁ ଆଇନ ପ୍ରଣୟନ l ରାଜ୍ୟର ଗଛିତ ଖଣିଜ ସମ୍ପତ୍ତିକୁ କେବଳ କାରଖାନା ଦ୍ୱାରା ରାଜ୍ୟରେ ପଦାର୍ଥ ଉତ୍ପାଦନ କମ୍ପାନୀକୁ ଲାଇସେନ୍ସ ପ୍ରଦାନ ଅନ୍ୟ ଦେଶ ଓ ପ୍ରଦେଶ ରପ୍ତାନି ନିଷେଧ ପାଇଁ ଆଇନ ପ୍ରଣୟନ l ରାଜ୍ୟରେ ଆଉଟ ସୋସିଂ ଠିକା ନିଯୁକ୍ତି ନିଷେଧ l ସମାନ କାମକୁ ସମାନ ଦରମା ସ୍ଥଳେ ଅଙ୍ଖନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା l ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ସର୍କିଟ ବେଞ୍ଚ ସ୍ଥାପନ କରିବା ପ୍ରତିଶୃତିବଦ୍ଧ l ଏହିପରି ବହୁ ଜନହିତକର କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ କରାଯିବ l ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କେବଳ ଓଡ଼ିଶାରେ ସାଂସଦ ଓ ବିଧାୟକ ପ୍ରାଥୀ ପାଇଁ ଭାରତୀୟ ବିକାଶ ପରିଷଦ ନିର୍ବାଚନରେ ଭାଗ ନେବ l ସାଧାରଣ ପରିଷଦ ବୈଠକରେ ଭାରତୀୟ ବିକାଶ ପରିଷଦର ସମ୍ବିଧାନ ଆଗାମୀ ନିର୍ବାଚନ ଇସ୍ତାହାର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସର୍ବସମ୍ମତି କ୍ରମେ ଗୃହୀତ କରାଗଲା ବୋଲି ସଭାପତି, ସୁନରନ୍ଦ୍ର ପାଣିଗ୍ରାହୀ ଜଣାଇଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା