

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହର ସ୍ଥିତ ଲାୟନ୍ସ କ୍ଲବରେ ଭାରତୀୟ ମଜଦୁର ସଂଘର ୬୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଯାଇଛି । ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତରେ କାର୍ଯ୍ୟକ୍ରମର ହୋଇଥିଲା । ଆୟାଜିତ ସଭରେ ସଂଘର ରାଜ୍ୟ ସଭାପତି ଦିଲୀପ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଙ୍ଘର କାର୍ଯ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ସାମ୍ୟକ ସୂଚନା ପ୍ରଦାନ କରିଥିଲେ । ସଙ୍ଘ ସର୍ବଦା ଶ୍ରମିକଙ୍କ ହକ ଏବଂ ସ୍ୱାର୍ଥପାଇଁ ଲଢ଼େଇ କରିଆସିଛି । ବିଭିନ୍ନ ବର୍ଗର ଶ୍ରମିକ କର୍ମଚାରୀ ଏହି ଭାରତୀୟ ମଜୁଦୁର ସଙ୍ଘସହ ଯୋଡିହୋଇ ରହିଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ । ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ବିଭିନ୍ନ ସଙ୍ଘଠନକୁ ନେଇ କରିଆସୁଥିବା କାର୍ଯ୍ୟାବଳୀର ପୁଙ୍ଖାନୁପୁଙ୍ଖ ରୂପେ ବିବରଣୀ ରଖିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଳକରୁ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ୫୬ଜଣଙ୍କୁ ଜିଲ୍ଲା ଶ୍ରମି ଦ୍ୱାରା ପଂଜିକୃତ ଶ୍ରମିକ କାର୍ଡ ପ୍ରଦାନ କରାଯଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


