

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ାରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଭାରତୀୟ ଡାକ କର୍ମଚାରୀ ମହାସଂଘର ପ୍ରଥମ ଦ୍ୱିବାର୍ଷିକୀ ସମ୍ମିଳନୀ ରାୟଗଡ଼ା ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଅଶୋକ ମଣ୍ଡପରେ ଆୟୋଜିତ ହୋଇଯାଇଛି । ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭାରତୀୟ ଗ୍ରାମୀଣ ଡାକ ସେବା ସଂଘର ସାଧାରଣ ସମ୍ପାଦକ ସୁଗନ୍ଧିକୁମାର ମିଶ୍ର ମୁଖ୍ୟ ଅତିଥି, ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସ ଓ ସମ୍ମାନିତ ଅତିଥି ଭାବେ ରାଜକିଶୋର ମାହାପାତ୍ର ସଭାରେ ଯୋଗ ଦେଇଥିଲେ । ଡାକ ବିଭାଗରେ କାର୍ଯ୍ୟରତ ତୃତୀୟ ଶ୍ରେଣୀ କର୍ମଚାରୀ ଓ ଗ୍ରାମୀଣ ଡାକ ସେବକ ନୂତନ କର୍ମକର୍ତ୍ତା ମନୋନୟନ ହୋଇଯାଇଛି । ରାୟଗଡା ଡିଭିଜନ ଅନ୍ତର୍ଗତ ଡାକ ବିଭାଗ କର୍ମଚାରୀ ଗ୍ରୁପ ସି ବିଭାଗରେ ସଭାପତି ଭାବେ ଲାଡିପ୍ରସାଦ ରାଓ ମନୋନୀତ ହୋଇଥିବାବେଳେ ସମ୍ପାଦକ ରୂପେ ରାଜେଶକୁମାର ରାୟପଲି, ଏବଂ ପ୍ରଶାନ୍ତ ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏମଟିଏସ କର୍ମଚାରୀଙ୍କ ସଭାପତି ଜି.ସତ୍ୟମ, ସମ୍ପାଦକ ପ୍ରଶାନ୍ତ ଗୌଡ଼, କୋଷାଧ୍ୟକ୍ଷ ପି. ସନ୍ତୋଷକୁମାର । ଏଥିସହ ଗ୍ରମୀଣ ଡାକସେବା କର୍ମଚାରୀଙ୍କ ସଭାପତି ବିବି ପଟ୍ଟନାୟକ, ସମ୍ପାଦକ ରମାକାନ୍ତ ସାହୁ କୋଷାଧ୍ୟକ୍ଷ ଏମ ଜି ଏସ ରାଓ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଭାରତୀୟ ମଜଦୁର ସଂଘର ଜିଲା ସମ୍ପାଦକ ଖଗେଶ୍ୱର ସେଠୀ, କୋଷାଧ୍ୟକ୍ଷ ଉଷାରାଣୀ ଦାସ, ଅବିଭକ୍ତ କୋରାପୁଟ ଡିଭିଜନର ରାଜ୍ୟ ସମ୍ପାଦକ ପି.ସୁରେଶ କୁମାରଙ୍କ ସମେତ ଉକ୍ତ ଡିଭିଜନ ଅନ୍ତର୍ଗତ ଡାକ ବିଭାଗର ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
