ରାୟଗଡା (ସମୃଦ୍ଧ ଓଡିଶା) ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଭାରତୀୟ ମଜଦୁର ସଂଘ (ବି.ଏମ.ଏସ) ଜିଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରେଳବାଇ ଷ୍ଟେସନ ଠାରୁ ଶତାଧିକ ମହିଳା ସଭାଯାତ୍ରାରେ ବାହାରି ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ପରେ ଠକର ବାପା ଆଶ୍ରମ ଠାରେ ପହଞ୍ଚିବା ପରେ ଏଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ (ବି.ଏମ.ଏସ) ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାଶଯୋଗ ଦେଇ ଆଜିର ଏହି ସମାଜରେ ମହିଳା କୋୖଣସି କ୍ଷେତ୍ରରେ କମ ନୁହନ୍ତି । ସମସ୍ତ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ । ମହିଳା ସବୁବେଳେ ପୁରୁଷଙ୍କ ସମକକ୍ଷ । ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ବି.ଏମ.ଏସ ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂ, କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଘର ଅରୁଣ ଲେଙ୍କା, ମୁଖ୍ୟବକ୍ତା ଭାବେ ପ୍ରତିମା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ । ଏହି ସଭାକୁ ସଂଘ ସଦସ୍ୟ ଜୟନ୍ତୀ ପଦ୍ମାଳୟ ସଭାପତିତ୍ୱ କରିଥିବା ବେଳେ ସର୍ବ ଶେଷରେ ଉଷାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିସ ୱାର୍କସ ଏସୋସିଏଶୋନ୍, ଅଲ୍ ଓଡ଼ିଶା ଆଶା ସାଥୀ ସଂଘ, ପାଚିକା ସଂଘ, ଜିଲ୍ଲା ସଫାଇ ମଜଦୁର ସଂଘର ଶତାଧିକ ମହିଳା ଉପସ୍ଥିତ ଥିଲେ ।
ରିପୋର୍ଟ – ତୁଷାର ରଞ୍ଜନ ସାହୁ