

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂସ୍କୃତି ସମ୍ପନ୍ନ ଭାରତରେ ନାରୀର ସ୍ଥାନ ସମାଜରେ ଉନ୍ନତତର । ଏକ ପରିବାରରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଯୁଗେ ଯୁଗେ ନାରୀକୁ ଶ୍ରେଷ୍ଠ ସ୍ଥାନ ଦିଆଯାଇ ଆସୁଛି । ଏପରି ଏକ ସଂସ୍କୃତି ସଂପନ୍ନ ଘଟଣାରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ସମଗ୍ର ନାରୀ ସମାଜର ବିକାଶ ଓ ଉନ୍ନତି ଲାଗି ଏସ୍ଏସ୍ଜି ମାଧ୍ୟମରେ ବିକାଶର ଧାରା ବୁଣୁଛନ୍ତି ବୋଲି ଜଳେଶ୍ୱରର ବିଜେଡି ବିଧାୟକ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ମତବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗରପାଟଣା ପଂଚାୟତର ଚାଲନ୍ତିଠାରେ ଆୟୋଜିତ ନିର୍ବାଚନୀ ସଭାରେ ପଂଚାୟତ ସ୍ତରୀୟ ମହିଳା ଗୋଷ୍ଠିର ସଭାପତି ଗୀତାରାଣୀ ଦେ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ତ୍ରିଲୋଚନ ଦାସ, ବିଜେଡି ମହିଳାଙ୍କ ବିକାଶରେ ଗୁରୁତ୍ୱ ଦେଉଥିବା ଓ ବିଭିନ୍ନ ଜନହିତକର ଯୋଜନା ପ୍ରଚଳନ ହୋଇଥିବାରୁ ଆସନ୍ତା ଦିନରେ ବିଜେଡି ପ୍ରାର୍ଥୀମାନଙ୍କୁ ଭୋଟ ଦେବାକୁ କହିଥିଲେ । ଅରୁଣ କୁମାର ସେନାପତି ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ଚାଲିଥିବା ବିକାଶ ଧାରାକୁ ଆଗେଇ ନେବା ଓ ମହିଳାଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା ହୋଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାଲାଗି ବାଲେଶ୍ୱର ସାଂସଦ ପ୍ରାର୍ଥୀ ରବିନ୍ଦ୍ର ଜେନା ଓ ଜଳେଶ୍ୱର ବିଧାନସଭାପ୍ରାର୍ଥୀ ଅଶ୍ୱିନୀ ପାତ୍ରଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଜଳେଶ୍ୱର ବିଧାୟକ ପ୍ରାର୍ଥୀ ଶ୍ରୀ ପାତ୍ର ଏଥିରେ ଯୋଗ ଦେଇ ଅଦ୍ୟାବଧି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଆର୍ଥୀକ ଉନ୍ନତି ଲାଗି ନବିନ ପଟ୍ଟନାୟକଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଣିକି ଗୋଷ୍ଠୀଗୁଡିକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଆର୍ଥିକ ଅନୁଦାନ ଦେବା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତି ପ୍ରଧାନ, ମାମୁନୀ ଜେନା, ବନିତା ଗିରି, ସୁଧିର ଦେ, ସୁଦର୍ଶନ ପ୍ରମାଣିକ, ମନୋଜ ଦେ ଓ ଅଜିତ୍ ଦେ ପ୍ରମୁଖ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ନିମନ୍ତେ ନିବେଦନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା
