ଭାରତୀ ବିଦ୍ୟାପୀଠ ଯଶୋଦା ସ୍କାଉଟ ପକ୍ଷରୁ ସଚେତନତା ସାଇକେଲ ରାଲି ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଂଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ଯଶୋଦା ସ୍କାଉଟ ବିଦ୍ୟାର୍ଥୀଙ୍କ ତରଫରୁ ଏକ ଜନ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଇଂରେଜ ପ୍ରଶିକ୍ଷଣ ମୁଖ୍ୟ କାମେଶ୍ୱର ମହାନ୍ତିଙ୍କ ତତ୍ଵାବଧାନରେ ଏହି ସଚେତନତା ରାଲିକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ଦଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ୨୨ ଜଣ ବିଦ୍ୟାର୍ଥୀ ସାଇକେଲ ରାଲି ଗଞ୍ଜାମ ସହର, ପାଳିବନ୍ଦ ପଞ୍ଚାୟତର ସୂର୍ଯ୍ୟନାରାୟଣ ତାପୁର, ପାଳିକନ୍ଦ, ପୁରୁଣା କାନ୍ଦ, କୁଣ୍ଡାପୁଟ, ସୂର୍ଯ୍ୟନାରାୟଣପୁର, ଗୋଖରକୁଦା, ମୟୁରପଦା, ନୀଳାଦ୍ରିପୁର, ଖଟିଆକୁଦା, କଣ୍ଟିଆଗତ, ପୋତମପେଟା ପ୍ରମୁଖ ଗ୍ରାମ ଓ ଏହି ଅଞ୍ଚଳରେ ଯାଉଥିବା ସ୍କୁଲଗୁଡିକୁ ଯାଇ ଗ୍ରାମବାସୀ, ବିଦ୍ୟାଥୀଙ୍କୁ ସଚେତନତା କରାଇଥିଲେ । ସେମାନେ ସ୍ୱଚ୍ଛ ଭାରତ, ପଲିଥିନ ବ୍ୟବହାର ନ କରିବା, ନାରୀଶିକ୍ଷା, ଶକ୍ତି ସଂରକ୍ଷଣ, ପାଇଖାନା ବ୍ୟବହାର କରିବା, ବେଟିବଚାଓ ବେଟିପଢ଼ାଓ, ବାଲ୍ୟବିବାହ ବନ୍ଦ କରିବା, ବିରଳ ଅଲିଭରିଡ଼ଲେ ସଂରକ୍ଷଣ କରିବା, ନିଶାଦ୍ରବ୍ୟ ବର୍ଜନ କରିବା ପ୍ରମୁଖ ବିଷୟ ଉପରେ ସଚେତନତା କରାଯାଇଥିଲା । ଏହା ଗଞ୍ଜାମ ସହର ଠାରୁ ଆରମ୍ଭ ହୋଇଥିବା ବେଳେ  ବଟେଶ୍ୱର ପୀଠରେ ଶେଷ ହୋଇଥିଲା । ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସିତ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା