

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଟାଉନହଲ ସ୍ଥିତ ଭିଜେ ଇନଫୋ କମ୍ପୁଟର ଶିକ୍ଷା କେନ୍ଦ୍ରର ୨୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶାର ବହୁ ମାନ୍ୟବନ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଉକ୍ତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୁଧୀର କୁମାର ରାଉତ ଫାଉଣ୍ଡେସନ ଚେୟାରମ୍ୟାନ ଯୋଗଦାନ କରିଥିଲେ । ଉକ୍ତ ଅନୁଷ୍ଠାନର ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବାର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦ୍ୱୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ସ୍ୱାଗତ ସଂଗୀତ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର କୃତିତ୍ୱକୁ ଦେଶର ତଥା ଦେଶ ବାହାରେ ପହଞ୍ଚାଇ ଥିବା ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କୃତ ଛାତ୍ରଛାତ୍ରୀମାନେ ହେଲେ ଅଲିଶା ବିଷୋୟୀ – ଶ୍ରେଷ୍ଠ ଛାତ୍ରୀ, ଦୀପୁନ ତରାରି – ଶହେ ଭାଗ ଉପସ୍ଥିତ, ଶିବରାମ ମଣ୍ଡଳ -ଶ୍ରେଷ୍ଠ ସହାୟକ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



