

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳେ ଏକ ସ୍କୁଟି ଓ ଟ୍ରକ୍ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଆଚାର୍ଯ୍ୟ ବିହାର ନିକଟ ଫ୍ଲାଏଓଭରରେ ଏକ ସ୍କୁଟିକୁ ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ୩୦ ଫୁଟ୍ ତଳକୁ ଛିଟିକି ପଡିଥିବା ନେଇ ସୁତ୍ରରୁ ପ୍ରକାଶ । ଘଟଣାସ୍ଥଳରେ ବାପା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ଅପରପକ୍ଷରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି । ଖବର ପାଇ ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଗାଡି ଡ୍ରାଇଭରଙ୍କୁ ଗିରଫ କରିଛି ।
ରିପୋର୍ଟ : ଆକାଶ ମିଶ୍ର