
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ସକାଳ ୧୦ଟାବେଳେ ସ୍ଥାନୀୟ ଶିଖରଚଣ୍ଡୀ ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା କରି ପ୍ରାୟ ୧୦ ହଜାରୁ ଅଧିକ ସମର୍ଥକଙ୍କ ସହ ସେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ମହାନ୍ତିଙ୍କ ସହ ବିଜେପି ନେତା ଗୋଲକ ମହାପାତ୍ର, ଦିଲ୍ଲୀପ ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ପ୍ରକାଶ ଶ୍ରୀଚନ୍ଦନଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଏବଂ ଅଭିନେତା ବାବୁସାନ୍ ଓ ପିଣ୍ଟୁ ନନ୍ଦ ଆଦି ସାମିଲ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର