

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଓକିଲ ସଂଘ କ୍ରିକେଟ ଟିମ ଆଜି ଭୁବନେଶ୍ୱର ଯାତ୍ରା କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ଦିନ ଫାଇନାଲ ମ୍ୟାଚ ଓ ୨୦-୨୦ ଭୁବନେଶ୍ୱର ବିଜେପି ପଡିଆରେ ଅନୁଷ୍ଠିତ କରାଯିବ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଛନ୍ତି । ଏହି ମ୍ୟାଚରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଯୁବ ଆଇନଜୀବୀ ଦୀପଙ୍କର ମହାନ୍ତି କ୍ୟାପଟେନ ଭାବେ ଅନୋନିତ ହୋଇଛନ୍ତି । ଆଜି ୨ଟା ସମୟରେ ଗଞ୍ଜାମ ଟିମ ତାର ଖେଳ ପ୍ରଦର୍ଶନ କରିବ । ତେଣୁ ଏହି ଟିମ ଭୁବନେଶ୍ୱର ଗ୍ରସ୍ତ କରିଛନ୍ତି । ଏହି ସମୟରେ ବହୁ ଆଇନଜୀବୀ ଶୁଭକାମନା ଜଣାଇଥିଲେ ବୋଲି ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା