

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ରେଳ ଷ୍ଟେସନ ଯାତ୍ରୀ ବିଶ୍ରାମାଗାର ବାହାରେ ଆଜି ସକାଳୁ ନିଆଁ ଲାଗିଯାଇଥିଲା । ତେବେ ନିଆଁ କେମିତି ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ବିଶ୍ରାମ ଗୃହ ଭିତରେ ଧୂଆଁ ପଶିଯିବାରୁ ବାହାରକୁ ବାହାରି ଆସିଲେ ଯାତ୍ରୀ । ଯାହାକୁ ନେଇ ବିଶ୍ରାମାଗାର ବାହାରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସକାଳ ପ୍ରାୟ ୮ଟାରେ ହଠାତ୍ ଏହି ଅଗ୍ନିକାଣ୍ଡ ଘଟିଥିଲା । ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।
ରିପୋର୍ଟ : ଆକାଶ ମିଶ୍ର