ଭୁବନେଶ୍ୱର ରେ ବଢିଲା ପରିବା ଦର:ଗ୍ରାହକ ହନ୍ତସନ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଫୋନି ପରେ ଏବେ ପରିବା କିଣିବା ବଡ ମୁସ୍କିଲ ହୋଇ ପଡିଛି । ଯେଉଁ ପରିବାରେ ହାତ ମାରିଲେ ସେ ପରିବା ଦର ଦୁଇ ଗୁଣା । କେଉଁ ପରିବାକୁ କିଣିବା ଆଉ କେଉଁ ପରିବା ଖାଇବା ତାହା ଏବେ କଷ୍ଟକର ହୋଇପଡିଛି । ବାତ୍ୟା ଫୋନି ପରେ ପରିବା ବଜାରରେ ନିଆଁ । ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇ ଗୁଣା ବଢିଲାଣି ପରିବା ଦର। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ । ପୋଟଳ କିଲୋ ୬୦ଟଙ୍କା ହୋଇଥିବା ବେଳେ ବାଇଗଣ ବି ୫୦ ଛୁଇଁଛି ସେହିପରି ଭେଣ୍ଡି ୬୦, ଜହ୍ନି ୭୦, ବିଲାତି ୬୦ ଓ କାକୁଡି କିଲୋପ୍ରତି ୫୦ ଟଙ୍କା ରହିଛି । ଫଳରେ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି । ୫୦୦ଟଙ୍କାରେ ବି ବ୍ୟାଗ ଅଧା ହେଉନି । ଫୋନି ପ୍ରଭାବରେ ବିଭିନ୍ନ ସ୍ଥାନରେ ଚାଷ ଜମିରେ ପାଣି ପଶି ପରିବା ନଷ୍ଟ ହୋଇଯାଇଛି । ଫଳରେ ଆବଶ୍ୟକ ଅନୁସାରେ ପରିବା ମିଳୁ ନ ଥିବାବେଳେ ଦର ବଢିବାରେ ଲାଗିଛି ।

ରିପୋର୍ଟ : ଆକାଶ ମିଶ୍ର