

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତର ଆକବରପୁର ଗାଁର ଏକ କଚ୍ଚାଘର ଭୁଷୁଡି ପଡିବାରୁ ରଘୁନାଥ ବେହେରାଙ୍କ ପୁଅ ସୁଲୋଚନ ବେହେରା (୫୫) ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ତାଙ୍କ ଛାତିରେ କାନ୍ଥଟି ପଡିଯାଇଥିବାରୁ ଗୁରୁତର ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଜିକେଭଟ୍ଟର ଅସ୍ପିଟାଲ ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସାପାଇଁ ସ୍ଥାନନ୍ତର କରାଯାଇଛି । ତାଙ୍କର ଘରେ ଥିବା ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା